ମା କମଳା
ମା ତୁମେ ସାଗର ଦୁଲଣୀ
ତୁମ୍ଭେ ଧନ ପ୍ରଦାୟନୀ,
ଘେନ ବାରେ ମୋର ପ୍ରଣାମ
ଦେବ ଆଶିଷ ମନ ଜାଣି |
ଦୟା କରି ଥିବ ମାଗୋ
ଏ ଛାର ମହୀ ଉପରେ,
ହେଳା ନ କରିବ ତୁମ୍ଭେ ଗୋ
ଛାର ଗୁହାରି ତୁମରି ଠାରେ|
ଧନ ବର୍ଷା କରି ମାଗୋ
ଏଇ ଧରା ପୃଷ୍ଠ ରେ,
ଭରି ଦେଉଥାଅ ସୁଖ ଶାନ୍ତି
ମାଗୋ ସଭିଙ୍କ ମନରେ|
କମଳା ବଲାଏ ତୁମ୍ଭକୁ
ମାଗୋ ଏ ସାରା ସଂସାର,
ଆର୍ଶୀବାଦ ଦେଇ ତୁମ୍ଭେ
ଦୁଃଖୀ ଙ୍କ ଦୁଃଖ ନାଶ କର|
ପଦ୍ମ ଫୁଲେ ବସି ମାଗୋ
ପାଉଥାଅ ତୁମ୍ଭେ ପୂଜା,
ଦୁଃଖିଠୁ ଦୁରେଇ ଦୁଃଖ
ଭରିଦିଅ ଆନନ୍ଦ ମଜ୍ଜା|
ପବିତ୍ର ବେହେରା
ବକ୍ସି ବଜାର,
ନାକଟିଦେଉଳ
ରେଢ଼ାଖୋଲ
ସମ୍ବଲପୁର
Email:- pabitrabehera588@gmail.com
0 Comments