🌲🌲 ମାଆ 🌲🌲
*****************
ବିଶ୍ୱଜିତା ବରାଳ
ମଧୁର ମଧୁର ଫୁଲଠୁ କୋମଳ
ମନଟି ଅଟେ ଅତ୍ୟନ୍ତ ନିର୍ମଳ
ଭାବନାଟି ତା'ର ଅଟେ ସରଳ
ମାଆ... ସିଏ ପରା ଆମ ମାଆ...
ଦଶମାସ ଯିଏ ଧରିଅଛି ଗର୍ଭେ
କୋହ ବେଦନା ସହିଅଛି ଦମ୍ଭେ
ସେହି ଏକା ସିନା ସାହା
ମାଆ...ସିଏ ପରା ଆମ ମାଆ...
ହାତ ଧରି ଯା'ର ଶିଖିଛି ଚାଲି
ପଣତେ ଯା'ର ଖେଳିଛି ଦୋଳି
ଅଳି ଅଝଳିକୁ ନିଏ ଆଦରି
ମାଆ... ସିଏ ପରା ଆମ ମାଆ...
ଆକାଶରୁ ଚାନ୍ଦ ତୋଳିଆଣି ସିଏ
ହାତରେ ପରା ଧରେଇ ଦିଏ
ନାନାବାୟା ଗୀତେ ଶୁଆଇ ଦିଏ
ମାଆ... ସିଏ ପରା ଆମ ମାଆ...
ଦେହେ ଟିକେ ଧୂଳି ଯାଇଥିଲେ ପଡି
ପଣତରେ ତା'ର ଦିଏ ସେ ଝାଡି
ସ୍ନେହ ମମତାକୁ ଦିଏ ଅଜାଡି
ମାଆ...ସିଏ ପରା ଆମ ମାଆ...
ସବୁ ଦୁଃଖ ସହି ବାଣ୍ଟୁଥାଏ ହସ
ନିଜେ ଭିଜି ଦିଏ ଉଷ୍ମତା ପରଷ
ଓଷ୍ଠ ବାଣୀ ତା'ର ମୁକୁତା ଝଲସ
ମାଆ... ସିଏ ପରା ଆମ ମାଆ...
ରୋଗରେ ପଡିଲେ ଶୁଏନାହିଁ ସେ
ଆରୋଗ୍ୟ ପାଇଁ ଅଧିଆ ପଶେ
ଦୂର ହୁଏ ରୋଗ ତା'ର ପରଶେ
ମାଆ...ସିଏ ପରା ଆମ ମାଆ...
ତା'ର କୋଳେ ସରଗର ସୁଖ
ସନ୍ତାନ କଷ୍ଟରେ ହୁଏନି ବିମୁଖ
ନିଇତି ମନାସେ ମୋ ଶାନ୍ତିସୁଖ
ମାଆ...ସିଏ ପରା ଆମ ମାଆ...
କରୁଣାମୟୀ ସେ ଦୟାର ସାଗର
ଆମ ପାଇଁ ପରା ଚଳନ୍ତି ଠାକୁର
ମୁଁ ନଦୀ ହେଲେ ସିଏ ପରାବାର
ମାଆ... ସିଏ ପରା ଆମ ମାଆ...
ତା'ର ଆଶିଷେ ଲଙ୍ଘି ଗିରିପଥ
ବାହୁଛି ଆଜି ମୁଁ ଜୀବନର ରଥ
ତା' ସେବା ପାଇଁ ନେଉଛି ଶପଥ
ମାଆ...ସିଏ ପରା ଆମ ମାଆ...
🙏🙏🙏🙏🙏🙏🙏🙏
ବିଶ୍ଵଜିତା ବରାଳ (ଆଚାର୍ଯ୍ୟା) ସ.ଶି.ବି.ମ ଛତ୍ରପୁର, ଗଞ୍ଜାମ।
0 Comments