🌹🌹ଦେଶପ୍ରେମୀ🌹🌹
ଜନ୍ମ ଭୂମି ପ୍ରୀତି
ଦେବତ୍ଵ ପ୍ରବୃତ୍ତି
ଦେଶର ଜନତା ତାର ଅନୁରାଗୀ
ଦେଶର ସମୃଦ୍ଧି
ଗୌରବରେ ମଜ୍ଜି
ଆନନ୍ଦ ହୁଅନ୍ତି ତାର ଅଧିବାସୀ ।
ଦୁର୍ଭାଗ୍ୟ ଦୁର୍ନୀତି
ଅବନତି ନୀତି
ପରାଧୀନତାର ବିଷାଦର ମତି
ବ୍ୟକ୍ତିର ହୃଦୟ
ଆଭ୍ୟନ୍ତରେ ଦେଖ
ଦେଶପ୍ରୀତି ଭାବ ମମତ୍ୱର ବୋଧ ।
ସୁବିମଳ ସିଏ
ଉଚ୍ଚକୋଟିରର
ଦେଶପ୍ରୀତି ଦେଶ ସଂସ୍କୃତି ତାହାର
ଦେଶର ସଂସ୍କୃତି
ସଂମ୍ମାନର ସେତୁ
ଦେଶ ପ୍ରେମୀଙ୍କର ଆନନ୍ଦର ହେତୁ ।
ଦେଶ ପ୍ରେମ ଯେବେ
ହୋଇବ ଜାଗ୍ରତ
ଦେଶ ଶକ୍ତିଶାଳୀ ହୋଇବ ନିଶ୍ଚିତ
ନିଷ୍କ୍ରିୟ ଜାତିକୁ
କ୍ରିୟାଶୀଳ ପାଇଁ
ଦେଶ ଭକ୍ତି ଭାବ କର ଉଜ୍ଜୀବିତ ।
ଦେଶ ପ୍ରିତି ବିନା
ପରାଧୀନତାର
ନାଗଫାସୁ ଜାତି ମୁକ୍ତି ଅସମ୍ଭବ
ଦେଶପ୍ରେମ ଯୋଗୁଁ
ଦେଶର ପ୍ରଗତି
ଜନତାଙ୍କ ସ୍ୱାଭିମାନରେ ସମ୍ଭବ ।
ଅତୀତ ଗୌରବ
ଅତୀତର ଜ୍ବାଳା
ଶିଖାଏ ଆମକୁ ଦେଶ ପ୍ରେମ ଧାରା
ଜାତିର ଉତଥାନ
ପତନର କଥା
ଇତିହାସ ଦିଏ ଏଠି ମହାଶିକ୍ଷା ।
ଦେଶେ ଅବନତି
ଘଟେ ଯେତେବେଳେ
ଯୋଗଜନ୍ମା ଆବିର୍ଭାବ ସେତେବେଳେ
ସେହି ଦେଶପ୍ରେମୀ
ମହାତ୍ମାବୃନ୍ଦଙ୍କୁ
ଆମନ୍ତ୍ରନ୍ତୀ ଏଠି ଜନତା ସକଳେ ।
ଦେଶପ୍ରେମୀ ହେବା
ସ୍ୱାର୍ଥ ତ୍ୟାଗୀ ହେବା
ଦେଶବାସୀଙ୍କର ସେବାରେ ଲାଗିବା
ଚିନ୍ତା ଚେତନାର
ଉର୍ଦ୍ଧରେ ରହିବା
ସହିଷ୍ଣୁତା ଶ୍ରଦ୍ଧା ଭାବନା ଧରିବା ।
ଦେଶପ୍ରେମ ଭାବ
ମହନୀୟ ଗୁଣ
ଦେଶର ସୌଭାଗ୍ୟ ବିକାଶେ ପ୍ରବାହ
ସଚ୍ଚା ଦେଶପ୍ରେମୀ
ତ୍ୟାଗ ସେବା ଧର୍ମୀ
ଦେଶଗଠନରେ ହୁଅନ୍ତି ନିର୍ବାହ ।
ରଞ୍ଜନ କୁମାର ପଣ୍ଡା
ସଂସ୍କୃତ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ, ଗୁପ୍ତେଶ୍ଵର
କୋରାପୁଟ
🙏🏻🙏🏻🙏🏻
0 Comments