ମାତୃଶକ୍ତି
ମାତୃଦେବୀ ନମ୍ଃ
ମାଆର ଶବଦେ କେଜାଣି କି ଯାଦୁ ଅଛି,
ମାଆ ବୋଲି ଡାକିଦେଲେ ସନ୍ତାନ ତାର
ଦୁର ହୋଇଯାଏ ସବୁ ଦୁଃଖ କଷ୍ଟ ମାଆ ର।
ମାଆ ପରି ଏ ସଂସାରେ ଆଉ କେ ହୋଇନପାରଇ
ପିଲା ,ପରିବାର ଓ ସଂସାରକୁ ନେଇ
ତାର ଦିନ ହୁଏ ଆରମ୍ଭ ପୁଣି ହୁଏ ଶେଷ ତାଙ୍କ ରି ଠାରେ।
ସବୁରି ସାଥେ ସେ ଥାଏ ନିରନ୍ତର
ଭୁଲି ନିଜ ସୁଖଦୁଃଖ ଓ ଭଲମନ୍ଦ।
ମାଆ ର ସେନେହ, ମାଆ ର ପେରେମ
ପୁଣି କେ ଅଛି କରିପାରିବ ସବୁ ତ୍ୟାଗ।
ମାଆ ପରି ସଂସାରେ ଆଉ କେହି ନାହିଁ
ସହିବା ଶକ୍ତି କି ପ୍ରଭୁ
ମାଆ ଠାରେ ସବୁ ଦେଲେକି ଓଜାଡି
କେତେ ଯେ ହସୁଛି କେତେ କଷ୍ଟ ସେ କରୁଛି
ତାହାର କଳନା କେହି କରି କି ପାରଇ।
ମାଆ ର ଆଶିଷ, ମାଆ ର ଶରଧା
ଯେଉଁ ସନ୍ତାନ ପାଖେ ଥାଏ ସର୍ବଦା
ମିଳେ ତାକୁ ସମାଜରେ
ଧନ,ଆୟୁ, ଶାନ୍ତି,ବଳ ଓ ଯଶଃକିର୍ତ୍ତୀ
ବଢେ ସମାଜେ ତାର ମାନସମ୍ମାନ।
କେତେଯେ ରାତି ଶୋଇନି ଖାଇନି
ସନ୍ତାନ ଜନ୍ମ ଓ ଲାଳନପାଳନେ।
ନିଜ ସୁଖଦୁଃଖ କଥା ଭୁଲି
ସଦା ତିନ୍ତେ ସନ୍ତାନ ସୁଖଶାନ୍ତି।
ହେଲେ ସେହି ସନ୍ତାନ ଯେବେ ପାଏ
ତା'ର ମୁଣ୍ଡକୁ ହାତ
ଭୁଲି ସବୁ ମାଆ ର ସେନେହ ପ୍ରୀତି
ମାଆ କୁ କରେ ହୀନିମାନ।
ମାଆର ପାଇଁ ତା ଘରର କୋଣରେ
ଟିକେ ନଥାଏ ଯାଗା
ବୃଦ୍ଧା ଶ୍ରମ ଛାଡେ ମାଆକୁ ତାର।
ସ୍ତ୍ରୀ ପିଲା ସବୁ ତାର ଭାରି ହୁଅନ୍ତି ନିଜର
ଜନ୍ମ କଲା ମାଆ ତାର ତା ପାଇଁ ହୁଏ ବୋଝ।
ଯେଉଁ ମାଆ ତାକୁ ଟିକେ କଷ୍ଟ ହେଲେ
ଆଖିରୁ ଗଡେଇ ଲୁହ ଛାତିରେ ଆଉଜି ଥିଲା
ଆଜି ସେ ମାଆ ହୁଏ ତା ପାଇଁ ଅଦରକାରୀ।
ମାଆ ପାଇଁ ତା ସନ୍ତାନ ଦୁନିଆ
ହେଲେ ମାଆ ପାଇଁ ସେ ସନ୍ତାନ ଘର
କୋଣରେ ନାଁ ହିଁ ଟିକେ ଜାଗା।
ଅନାଥାଶ୍ରମରୁ ଆଣି ରଖେ ଘରେ ପିଲା
ଖାଲି ସମାଜ ରୁ ପ୍ରଶଂସା ପାଇବା ପାଇଁ
ତେଣେ ରାଜରାସ୍ତାକୁ ଛାଡେ ନିଜ
ମାଆ କୁ ବଞ୍ଚିବା ପାଇଁ।
କିନ୍ତୁ ଧନ୍ୟ ସେ ମାଆ ତାର
ଟିକେ ଖରାପ ନ ଚିନ୍ତେ ତା ପାଇଁ
ନିତି ଠାକୁର କୁ ମନାସେ ତା ଯଶଃକିର୍ତ୍ତୀ।
ଧନ୍ୟଧନ୍ୟ ଗୋ ମାଆ ତୁମେ
କେବେ ତୁମେ ଜାୟା କେବେ ଜନନୀ
ପୁଣି କେବେ ତୁମେ ଭଗିନୀ
ତମ ପାଖେ କେତେ ଯେ ଶକ୍ତି ଅଛି
ତାହା କେବଳ ତମେ ହିଁ ଜାଣ ଇ।
ଦେବି ପ୍ରିୟା ଦାସ୍
0 Comments