ମାତୃ ଶକ୍ତି
   ======
                                        

ସୃଷ୍ଟିର ଆଦ୍ଯ ଶବ୍ଦ ସ୍ବରାସିଦ୍ଧ
ମଧୁଠୁ ମଧୁର ନାଆଁ,
ଶକ୍ତି ପ୍ରଦାୟିନୀ କରୁଣା କାରିଣୀ
ମମ ସ୍ନେହ ମୟୀ ମାଆ ll

ଜଠର ବେଦନା ଅସହ୍ଯ ଯାତନା
ପାରେ ବୋଲି ସହି ବହି,
ସନ୍ତାନ ଜନମ ମହତ କାମ
ବିଧାତାର ବରଦାୟୀ ll

ମହୀୟସୀ ନାରୀ ମହାଶକ୍ତି ବଳେ
ଦୁଷ୍ଟ ଶକ୍ତି ବିନାଶିନୀ,
ଲକ୍ଷ୍ମୀ ସରସ୍ୱତୀ ଧୀର ସ୍ଥିର ମତି
କୋପେ ମହିଷାମର୍ଦ୍ଦିନୀ ll

ମାତୃଭକ୍ତି ଯହିଁ ଅତୁଟ ରହିଲେ
ଅଗାଧ ନିଷ୍ଠା ବଳ,
ମାତୃଶକ୍ତି ଲବେ ଜିଣିପାରେ ସଦା
ନଭ ଅବା ଭୁମଣ୍ଡଳ ll

ମାଆର ଆଶିଷେ ଝରେ ସୁଧା ବର୍ଷା
ଦୁବ ହୋଇପାରେ ଦାରୁ,
ମାଆର ପଣତ ଅତି ନିରାପଦ
ଆଶ୍ରୟ ଶତୃ ଠାରୁ ll

ଆହାର ତା ହସ୍ତୁ ସ୍ବାଦ ଶୁଭମସ୍ତୁ
ପ୍ରସାଦରୁ ବଳି ଲାଗେ,
ଉର୍ଜ୍ଜୀବିଭା ପ୍ରଚଣ୍ଡ ପ୍ରତିଭା
ତା କୃପାରୁ ନର ଲଭେ ll

ମଙ୍ଗଳ ଦାୟିନୀ ବୀର ପ୍ରସବିନୀ
ସାଧ୍ବୀ ଚିର ବନ୍ଦନୀୟା,
ମାଧୁର୍ଯ୍ଯ ମଧ୍ଯେ ମୁଗ୍ଧା ବିମଣ୍ଡିତା
ମାତୃଶକ୍ତି ମହନୀୟା ll

ମାତୃ ମୂର୍ତ୍ତିମନ୍ତ ପ୍ରତୀକ ବିଶ୍ଵେ
ମ୍ଳେଚ୍ଛ ସଂହାର କାରିଣୀ,
ମୋହିତ ମୋହିନୀ ସନ୍ତାନ କଳ୍ପେ
ଆଶ୍ରି ଶକ୍ତି ବିନାୟୀନି ll

======@======

ଅଶୋକ କୁମାର ପ୍ରଧାନ
ତର୍କାବେଡା, କଡଲା
ଜିଲ୍ଲା - ଢେଙ୍କାନାଳ
ମୋ - 9556666355
Email - ashok80pradhan@gmail.com