ଗୁରୁ ହିଁ ଈଶ୍ଵର
********
ଅଧୁନା ସମାଜରେ
କାହିଁଗଲା ଅତୀତର
ଗୁରୁଶିଷ୍ୟ ପରମ୍ପରା
ରାଜନୀତି ଅମଲାନୀତିରେ
ଆଜି ସେ ସବୁ
ହୋଇଛି ଦିଗହରା ।।
ଭାରତୀୟ ସମାଜରେ
କାହିଁ ଏକଲବ୍ୟ ଆଉ
କାହିଁ ଶିଷ୍ୟ ଆରୁଣୀ
ଛାତ୍ରଛାତ୍ରୀ ମନରେ
ଖାଲି ଜାଗିଥାଏ
ପ୍ରତିଶୋଧର ଅଗ୍ନି ।।
ଶିକ୍ଷାଦାନ ବ୍ୟତୀତ
କରିବାକୁ ହୁଏ ବିବିଧ
ସରକାରୀ କର୍ମ
ଭୁଲି ଯିବାକୁ ପଡୁଛି
ଅନିଚ୍ଛା ସତ୍ତ୍ବେ ବାଧ୍ୟ ହୋଇ
ଗୁରୁର ଧର୍ମ ।।
କିଛି ଠକ କର୍ମଚାରୀ
ବାହାବା ନେଇଥାନ୍ତି
ଅଫିସର ପାଖରେ
ଆଉ କିଏ ଭଲ କାମ କରି
ବିନା ଦୋଷେ ପଡ଼ିଯାଏ
ବିବିଧ ଅସୁବିଧାରେ ।।
ଭାରି ଦୁଃଖ ଲାଗେ
ପଶୁତୁଲ୍ୟ ଆଚରଣ
କେତେ ଶିକ୍ଷକଙ୍କର
ଗୁରୁ ନାମେ କଳଙ୍କ
ଘୃଣା ଲାଗେ ସେମାନଙ୍କ
ଆଚାର ବ୍ୟବହାର ।।
ଆଉ କରି ହେଉନାହିଁ
ସ୍ବାଧୀନ ଚିନ୍ତା
ଶିକ୍ଷାର ଉନ୍ନତି ପାଇଁ
ଚାପଗ୍ରସ୍ତ ହେଉଅଛି
ବିଭିନ୍ନ ଆଳରେ
ମୁଖ୍ୟ ଦପ୍ତର ଧାଇଁ ।।
ଗୁରୁ ସହିତ ଶିଷ୍ୟର
ମହାନୀୟ ସମ୍ପର୍କ
ଜୁଡ଼ିଥାଉ ସବୁଦିନ
ଗୁରୁ ହିଁ ଈଶ୍ଵର କରୁଥାନ୍ତୁ
ଉଜ୍ଜ୍ଵଳମୟ ସର୍ବଦା
ଶିଷ୍ୟଶିଷ୍ୟାଙ୍କ ଜୀବନ ।।
^^^^^^^^^^^^^^^^^^^^
ପ୍ରେମାନନ୍ଦ ବେହେରା
କଲେଜ୍ ରୋଡ଼, ପଦ୍ମପୁର
ଜିଲ୍ଳା - ବରଗଡ଼
ମୋ - ୯୪୩୮୨୯୨୩୧୩
^^^^^^^^^^^^^^^^^^^^
0 Comments