-------------- ମାତୃଶକ୍ତି -------------
ତା.୦୭/୦୬/୨୦୨୦
ବିଶ୍ଵବନ୍ଦିତା ତୁହି ଅନିନ୍ଦିତା ମାତୃଶକ୍ତି ସ୍ୱରୂପିଣୀ
ତୋ ଭବ୍ୟ ମନ୍ଦିରେ ,
ମୁଁ ପୂଜାରିଣୀ, ଆକୁଳେ ବିନତି କରେ।
ଜନ୍ମ ଭୂମି ମୋର. କର୍ମଭୂମି ମୋର
ଏଇଠି ମୋ ଷଠି ଘର,
ସାଗର ତୋହର ପାଦଧୌତ କରେ
କେତେ ସତୀ ପୀଠ ତୀର।
କେବେ ତୁ ଜାୟା କେବେ ତୁ ଜନନୀ
କେବେ ବିଦ୍ୟୋତିକା ଭଗିନୀ ,
କେବେ ସତୀସ୍ବାଧୀ ଭାଷା ପ୍ରସବିନୀ
ତୁହି ମା ଉତ୍କଳ ଜନନୀ।
ପୌରଙ୍ଗନାଙ୍କର ତୁହି ମା' ଜନନୀ
ଅନେକ ରୂପ ଭୂଷିତ,
ଶ୍ରୀମନ୍ତିନି ବେଶେ ମୋ ବୋଉ ରୂପ
ଦେଖି ଭୁଲିଯାଏ ସବୁ ଶୋଷ ।
ନିଷ୍କପଟ ପ୍ରେମର ସେ ଗନ୍ତାଘର
ଅସରନ୍ତି ସେନେହର ସେ ମୁକ୍ତିଦ୍ୱାର,
ମାତୃଭୂମି ମାତୃଭାଷା ତା କୋଳେ ପାଇଛି
ମୋ ଓଠରେ ହସଟିକେ ସେ ଦେଇଛି।
କେବେ ହାସ୍ୟମୟୀ କେବେ ଲାସ୍ୟମୟୀ
କେବେ ତୁ କରୁଣାମୟୀ ,
ପୁଣ୍ୟଶ୍ଲୋକ ତୀର୍ଥ ତୋ କୋଳେ ରହିଛି
ତୁ ମା'ମମତାମୟୀ।
ଚିର ବନ୍ଦନୀୟା ଚିର ପୂଜନନୀୟା
ତୁହି ମୋ ଶକ୍ତି ସ୍ୱରୂପା
ତୋର ଆଶିଷରେ ଏ ଧରା ମଣ୍ଡଳ
କୋଟି ଶିରୀ ବିଭୂଷିତା।
ତୋର ଗୁଣଗାନ ତୋର ଉପମାନ
ତୋର ଗୌରବ ଗାଥା ,
କେତେ ବୀରପୁତ୍ର ବିରାଙ୍ଗନା ମାନେ
ଗାନ କରି ସର୍ବେ,
ହୁଅନ୍ତି ଜଗତଜିତା ।
ତୁହି ମୋ ମାତୃଶକ୍ତିସ୍ୱରୂପିଣୀ ,
ଦିବ୍ୟ ବିଦ୍ୟୋତିକା।
ଦିବ୍ୟ ବିଦ୍ୟୋତିକା।।
। .
ସୁଜାତା ଦାସ
(ଓଡ଼ିଆ ଅଧ୍ୟାପିକା)
ରଘୁନାଥ ସମବାୟ ମହାବିଦ୍ୟାଳୟ , ଓଡ଼ଗାଁ
ଜିଲ୍ଲା -ନୟାଗଡ଼ pin-୭୫୨୦୮୧
0 Comments