ମାଆ ଖୋଜୁଛି ରାହା
଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼
ସପନ ବିକିଛି ସାତ ପୁରୁଷକୁ
ମନରେ ବାନ୍ଧିଛି ଆଣ୍ଟ
ଥୁଣ୍ଟା ହୋଇ ସୁଧା ଆଷା ଅସୁମାରୀ
ଅଢେଇ ଦିନିଆ କଣ୍ଟ ା
ବୀଜ ବୁଣି ଅଛି ଗଜା ବାହାରିବ
ରୋପିବ ଚାରାକୁ ନେଇ
ପାଗ ଅନୁକୂଳ ତା ସହିତ ଜଳ
ତେଣ୍ଡା ବାହି ନେବି  ମୁହିଁ ା
ଜଳ ଯୋଗାଣରେ ଆସିଲେବି ବାଧା
ଭଗୀରଥ ବେଶ ନେବି
ନିତ୍ୟନୈମିତ ଏକାଗ୍ରତା ରଖି
ବିଭୂ ନାମ ଭଜୁ ଥିବି ା
ସାର ଓ କିଟନାଶକ ପରିକା
ତୁମ ନାମ ଅଭିମନ୍ତ୍ରୀତ କରି
ନିରୋଗତାର ଶକ୍ତି ବାଣ୍ଟିବି
ତବ କଥାମ୍ରୁତ ସିଞ୍ଚନ କରି ା
ଗହ ଗହ ନାଦେ ପବନ ବହିଲେ
ସନ୍ଥ ସୁରକ୍ଷାକୁ  ଚିନ୍ତା
ଦୁଷ୍ଟକୁ ଦମନ ପାଇଁଏ ପବନ
ବୋଧେ ରଚିଛି ବିଧାତା ା
ପୋକା ମଞ୍ଜିବୁଣି ଫଳ ଆଷାକଲେ
ଅମଳ ମିଳିବନି କେବ ଭଲ
ବିଷାଦ ଆଚ୍ଛନ ହୋଇବଟି ମନ
ଆଣ୍ଟର ଭାଙ୍ଗିବ ଗେଲ ା
ଭଗବାନଙ୍କର ସମୟ ସରିଛି
ନର ରାକ୍ଷସଙ୍କ ଏବେ ଲିଳା
କାହିଁ କେଉଁ ଦିନୁ ଭରଷା ତୁଟିଛି
କାନ୍ଦୁଛି ନାବାଳିକା ଓ ଅବଳା ା
ଦୁଷ୍କର୍ମ ହେଉକି ପାଶବିକ ଅତ୍ୟାଚାର
ଧର୍ଷଣ ଓ ଯୌନ କେଲେଙ୍କାରୀ
ଯୌନ ପିପାଷୁ ଅନ୍ଧ ଭାବରେ
କୁପଥ କୁକର୍ମ ନେଇଛି ବରି ା
ମାଆ ମନରେ ଆଣ୍ଟ ବାନ୍ଧିଥିଲା
ପୁଅଟି ତାର ଅତିମାନବ ହୋଇବ
ସଂସାରର ସଦ୍ ଗତି ପାଇଁ
ନାନାଦି କିର୍ତ୍ତିସ୍ତମ୍ବ ରଚିଯିବ ା
କିଏ ଜାଣିଥିଲା ପୁଅଟି ତାଙ୍କର
ପାଲଟିବ ନିଷ୍ଠୁର ବଳତ୍କାରୀ
ସାଥୀ ମେଳରେ ମସଗୁଲ ହୋଇ
ହରଣ କରିବ ନାବାଳିକା ଓ ନାରୀ ା
ଏଣୁ ଏ ମାତା ବିମାତା ହୋଇବ
ଆପଣା ପୁତ୍ରକୁ କରିବ ତେଜ୍ୟ
ଫାଶି ପାଇଲେ ତିଳେ ଦୁଖଃ ନାହିଁ
ରଚିବାକୁ ହେବ ପୁନଶ୍ଚ ରାମରାଜ୍ୟ ା
  """'"""""''*******"""''''''"""""
              ଦିନବଂଧୁ ବେଜ
ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ
          ଶିଖପାଲ୍ଲୀ,ମାଲକାନଗିରି
ଭ୍ରାମ୍ୟଭାଷ ୭୬୮୩୯୨୦୨୨୧