"ଗୁରୁହିଁ ଈଶ୍ବର" 
     "ଗୁ"  ଶବ୍ଦ  ଅଟଇ  ତ୍ରୀଗୁଣାତୀତ
     "ରୁ"  ଅକ୍ଷର  ରୂପ  କରି  ବର୍ଜିତ।
     ଶିିଷ୍ୟ  ହୃଦେ  ଜ୍ଞାନ  କରେ ସଞ୍ଚାର
     ଗୁରୁଙ୍କ  ଗୁରୁ  ଅଟନ୍ତି    ଈଶ୍ବର   ।(1)
          ପିତାମାତା  ପରା  ପ୍ରଥମ  ଗୁରୁ
          ତାଙ୍କ   କୃପା  ବଳୁ ଧରାରେ ଚାଲୁ,
          ବିଦ୍ୟାଗୁରୁ"  ଶିକ୍ଷାଗୁରୁ"  ଦ୍ବିତୀୟ
          ଶିକ୍ଷା  ଦେଇ  କର୍ମ  କରନ୍ତି ଥୟ  ( 2 )
     ଇନ୍ଦ୍ରିୟ  କର୍ମକୁ  ଚରିତ୍ର  କହି
     ଦୀକ୍ଷାଗୁର   ଠାରୁ   ସୁଜ୍ଞାନ  ପାଇ,
     ଅଜ୍ଞାନ   ଅନ୍ଧାର   ଯେ  ଦୂର  କରେ
     ଗୁରୁ   ପଦକୁ  ସେ   ବରଣ  କରେ ( 3 )
           ଯଶ,ଜ୍ଞାନ,ଶିରୀ,ଐଶ୍ବର୍ଯ୍ୟ,  ଧର୍ମ
           ବୈରାଗ୍ୟକୁ  ମିଶି  'ଛ' ଭଗ   ଜାଣ,
           ପୂର୍ଣ୍ଣବ୍ରହ୍ମ   ଗୁରୁ   ଅଟନ୍ତି   ସେହି
           ଜ୍ଞାନୀ ଜନେ  ତାଙ୍କୁ   ଈଶ୍ବର  କହି।( 4 )
     ବିଶ୍ବର    କଲ୍ୟାଣ   ଈଶ୍ବରାଧୀନ
     ଲୌକିକ  ଗୁରୁରେ  ସଞ୍ଚରେ  କର୍ମ,
     ଶଶି  ରବି  ବିନା  ନାହିଁ   ଉଜ୍ଜଳ
      ରାଜା  ବିନା  ପ୍ରଜା  କି   ନାରଖାର। (5 )
           ଶିଷ୍ୟ   ସଫଳତା   ଗୁରୁଙ୍କ  ଯୋଗୁ
           ଈଶ୍ବର   ବିଧାନେ   ପ୍ରାରବ୍ଧ   ଭୋଗୁ,
           "ଗୁରୁ" ଓ "ପରମ ଗୁରୁ"   ଗୁରୁ ମଧ୍ୟରେ
           ନାହିଁ    ଭେଦାଭେଦ   ଶାସ୍ତ୍ର  ବିଚାରେ।[6]
     ଶ୍ରୀକୃଷ୍ଣ  କହନ୍ତି  ଉଦ୍ଧବେ  ଚାହିଁ
     ଭକ୍ତ  ଭଗବାନ  ଭେଦହିଁ   ନାହିଁ,
      ଭକତ  ମୋଠାରୁ  ଶ୍ରେଷ୍ଠ   ଅଟଇ
     ତେଣୁ  କରି  ମୁଁ    ଈଶ୍ବର   ବୋଲାଇ ( 7 )
           ଗୁରୁ  ଜ୍ଞାନ ଦୀପ   ଜାଳି  ହୃଦର
           ଜ୍ଞାନ ନେତ୍ରେ ବାବୁ  ଦେଖ ସଂସାର,
           ଭାଗ୍ୟର  ଲିଖନ  ଲଲାଟେ  ସ୍ଥିର
           ଗୁରୁ  ଅଟନ୍ତି     ସାକ୍ଷାତ୍  ଈଶ୍ବର (8)

   ଭକ୍ତ ଶ୍ରୀ ସ୍ବାଧୀନ୍ ଚନ୍ଦ୍ର ଜେନା। ନବରଙ୍ଗପୁର ।