ଆମ ମା
ମା ତୁ ଗର୍ଭ ଅନ୍ଧାର ରୁ
ଦୁନିଆ ଆଲୋକ ଦେଖାଏ ପରା(ଆମ ମା)
ମା ତୁ ଶୀତୁଆ ରାତିର
ଉଷୁମ କୋଳର ରାହା (ଆମ ମା)
ମା ତୁ ଶ୍ରାବଣ ବର୍ଷା ର
ଅଦୃଶ୍ୟ ଛତାଟି ପରା (ଆମ ମା)
ମା ତୁ ପ୍ରଚଣ୍ଡ ତାତିର
ମଳୟ ପବନ ଆହା (ଆମ ମା )
ମା ତୁ ଅନ୍ଧାର ରାତିର
ଦୀପ ଆଲୁଅର ରାହା (ଆମ ମା )
ମା ତୁ କଣ୍ଟକିତ ରାସ୍ତାର
ପୁଷ୍ପକ ଚାଦର ପରା (ଆମ ମା)
ମା ତୁ ପ୍ରୀତି ଜୋଛନ୍ନା ର
ଅମୁଲ୍ୟ ମମତା ଝରା (ଆମ ମା)
ମା ତୁ ଖାଲି ସିଲଟ ର
ଜ୍ଞାନର ଭଣ୍ଡାର ପରା (ଆମ ମା)
ମା ତୁ ଚପଳାମୀ ଠାରୁ
ପରିପୋକ୍ତl ଯାଏଁ ସାହା (ଆମ ମା)
ମା ତୁ ଦୁଃଖ ମନର
ଖୁସିର ପସରା ପରା (ଆମ ମା)
ମା ତୁ ଥିଲେ ପାଖରେ
ଜୀବନଟା ସୁଖ ପରା (ଆମ ମା )
ତୁ ଆମ ମାତୃ ମୟୀ ମା ଟିଏ ପରା
ସେ ଆମ ମା, ସେ ଆମ ମା...
ଜୟ ମାତୃ ଶକ୍ତି
ପଦ୍ମାଳୟା ସାମଲ
ବଡପଡା
କେନ୍ଦ୍ରାପଡ଼ା
0 Comments