*ମା’*

ଯା’ ସ୍ନେହ,ମମତା ର କଳନା ନାହିଁ
ଭଲପାଇବାର ତୁଳନା କାହିଁ ?
କଷ୍ଟ,ଯନ୍ତ୍ରଣା ର ଭାର ମୁଣ୍ଡେଇ
ଦୁନିଆଁ ଆଗକୁ ଯିଏ ସନ୍ତାନ ଆଣଇ,
ନିଷ୍ଠା,ଶକ୍ତି ର ପରାକାଷ୍ଠା ଦେଖାଇ
ପୂଜା ପାଏ ସିଏ କାହା;
ଜାୟା,ଜନନୀ,ଭଗିନୀ ହୋଇ ।

ଆଖିର ଲୁହକୁ ଓଠ ରେ ପିଇ ନିଜେ
ଛାତିକୁ କରଇ ପଥର ଯିଏ
ଅୟୁତ କଷ୍ଟ କୁ ସହି ।
ସକଳ ଶକ୍ତିର ଆଧାର ସେ,
କରେନା ଭାବରେ ଅନ୍ତର ସେ,
ସଭିନ୍କୁ ଭାବେ ଆପଣାର ସେ,
କେହି ନୁହନ୍ତି ପର ତା ପାଇଁ
ସେ ମମତାମୟୀ ମା ।

ହାତ ଧରି ଯିଏ ଚାଲି ଶିଖାଏ,
ବାପା-ଦାଦା କହି ଗୁରୁଜନ ଚିହ୍ନାଏ,
ସାହାସ,ସମ୍ମାନ ର ପରିଚୟ ଦେଇ
ବିଶ୍ୱାସ,ଭରସା କଅଣ ବତାଏ ।
ଦୁର୍ବଳ ମନକୁ ସୁଦୃଢ କରି
ବନ୍ଚିବାର ନୂଆ ପାଠ ପଢାଏ।
ସବୁ ବାଧା ବିଗ୍ନ ସାମ୍ନା ନିଜେ କରି
ସନ୍ତାନ ଜୀବନେ ଖୁସି ଭରିଦିଏ ।

ଗଢେ ସନ୍ତାନ କୁ ମଣିଷ ପରି
ମଣିଷ ଟିଏ କରି ,
ସାରା ଜୀବନ କୁ ଜଳାନ୍ଜଳି ଦେଇ
କେବେ ଯାଏନା ସେ ହାତ ଛାଡି।
ସନ୍ତାନ ଜୀବନ ସଜାଡିବା ଲାଗି
ମୃତ୍ଯୁ ଯାଇଁ ଦିଏ ନିଜ ଜୀବନ ସମର୍ପି,
ତା ମୂଲ ଅମୂଲ ,ସୁଝି ନ ପାରେ କେହି।

କେବେ ସେ ପ୍ରେରଣାଦାୟିନୀ;
ପ୍ରେରଣାର ଉତ୍ସ।
କେବେ ସେ ଦୁର୍ଗତିନାଶିନୀ;
ଦୁର୍ଗାନ୍କର ରୂପ।
କେବେ ସେ କରୁଣାମୟୀ;
କରୁଣାର ଉତ୍ସ।
ପୁଣି ସେ ଜଗତଜନନୀ;
ଜଗତ ର ମାତା ।

ଶୁଭ୍ରା ସନ୍ତୋଷୀ ଗୌଡ
ରହିତ୍ କଲୋନୀ
ରାୟଗଡା୭୬୫୦୦୨