ସୀମାନ୍ତ ସୈନିକ
⚔️⚔️⚔️⚔️
_____________
ସ୍ଵତନ୍ତ୍ର ସେନାନୀ
ଜାଗ ତିଆର
ମାଳଭୂମି ଚରାଭୂମି
ଜଙ୍ଗଲ ଭିତରେ
ଜାଙ୍ଗୁଲୁ ଜାଙ୍ଗୁଲୁ
ସତେକି ସମୁଦ୍ରେ ଉର୍ମି ।
ମନରେ ତାଙ୍କର
ଶତସିଂହ ବଳ
ଦେହରେ ଉଷୁମ ରକ୍ତ
ଆଖିରେ ଆଖିଏ
ଆଷା ଅସୁମାରୀ
କରି ହୁଏ ନାହିଁ ବ୍ୟକ୍ତ ।
ଲୈଲିହାନ ଶିଖା
ଦିଶେ ଯୁଦ୍ଧକ୍ଷେତ୍ରେ
ତିଳେହେଁ ନ ଥାଏ ଡର
ଶତ୍ରୁର ନିପାତ
ଲକ୍ଷ୍ୟ ଏକମାତ୍ର
ଉଦ୍ଦେଶ୍ୟ ଅଟେ ଦୁର୍ବାର ।
ପାହାଡ଼ି ସୈନିକ
ଭାରତର ଗର୍ବ
ଚାଇନା ସ୍ୱୀକାର କରି
ଦୁର୍ଦ୍ଦଶ ଶକ୍ତିକୁ
ପାଖରୁ ନିରେଖି
ମେଣ୍ଡା ପରି ଯାଏ ଡରି ।
ବିଶ୍ଵର ବୃହତ୍ତ
ଭାରତର ସେନା
ଶ୍ରେଷ୍ଠତର ସବୁ ମତେ
ହନୁ ମଲା ବେଳେ
ସତ କୁହା ପରି
ହୁରି ଚାଇନାର ସତେ ।
ମୋଦେଶ ଜବାନ
ସବୁଠୁ ମହାନ
ତୁଳନା ତାଙ୍କର ନାହିଁ
ଘଣ୍ଟ ଘୋଡାଇ କି
ସଇନ ଭାଇକୁ
ରଖିଥା ଜଗତ ସାଇଁ ।
____&__&__&__
କବି ଶିକ୍ଷକ ଦିନବନ୍ଧୁ ବେଜ
ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ
ଶିକପାଲୀ , ମାଲକାନଗିରି
ଭ୍ରାମ୍ୟ ଭାଷା:-୭୬୮୩୯୨୦୨୨୧
0 Comments