*ମହନ୍ତିନ*
•••••••••••
ମାଁ ତୋଳିଦିଏ ଶରଗ ଶଶି ଫୁଲ
ଶୁଆଇ ଶୀତଳ ପଣତ କୋଳେ
ଗାଈ ଦିଏ ନାନା ବାୟା ଗୀତ
ହଜେଇ କେତେ ରାତିର ନିଦ !
ନିଜେ ରକ୍ତର ଶୋଷଣ ହୋଇ
ଦୁଗ୍ଧର ପୋଷଣ ଦିଏ
ବଦଳରେ ମାଗେ ମାଁ ଡାକ ତ ଟିକିଏ !
ମାଁ !ହି ସହି ପାରେ
ଅନ୍ତଃସ୍ଵତ୍ତାର ଯନ୍ତ୍ରଣା
ମାଁ'ହି ଶୁଣିପାରେ
ଅନ୍ତଗର୍ଭ ମାଂସ ପିଣ୍ଡୁଳାର
ନିର୍ବାକ ବେଦନା
ହେଲେ କେ ! ବୁଝି ପାରେନା
ମାଁ ମନର ଯାତନା...!!
ଚାତକ ପରି ଲୋତକ ପିଇ
କୁଆଁ କୁଆଁ କାନ୍ଦ ଶୁଣିବା ପାଇଁ
ରାଆ ରାଆ ହୋଇ ଶୁନ୍ ପଡ଼ିଯାଏ
ଦୁଇ କାନ....!!
ତା ଶରୀର ଅନ୍ତିମ ବିନ୍ଧୁର
ରକ୍ତବନ୍ୟା,
ଅଜସ୍ର ଲୁହଧାର, ଶୂନ୍ୟଭେଦା
ଚିତ୍କାର ସାଙ୍ଗକୁ ବାର ବାର ମୂର୍ଛିତ
ତଥାପି କୁଆଁ କୁଆଁ କାନ୍ଦରେ
ହୋଇ ଉଠେ ପୁନର୍ର ଜୀବିତ...!!
ମାତୃଶକ୍ତି ଓ ମୃତ୍ୟୁର ସଂଗ୍ରାମରେ ମୃତ୍ୟୁ ହୁଏ
ଯୁଗେ ଯୁଗେ ପରାଜିତ
ଯୁଗେ ଯୁଗେ ପରାଜିତ !!
ଅଜିତ କୁମାର ଭୋଇ (ଶିକ୍ଷକ )
*କୁଳିଆପଡା,(କଳାହାଣ୍ଡି)*
0 Comments