.....ମୋ ବୋଉ.....

ଦଶ ମାସ ର ଗର୍ଭ ଧାରଣ ଓ 
ପ୍ରସବ ଯନ୍ତ୍ରଣା ର କଷ୍ଟ ଅନୁଭୁତି 
ପରେ ଗୁଲୁ ଗୁଲୁ ପିଲାଟିର 
ମୁହଁ କୁ ଚାହିଁ ଯାହାର ଓଠ ର ଦୁଇ ଧାରରୁ ଭାସିଆସେ ସ୍ମିତ ହସ ଟିଏ ।💐💐💐

ସେ ମୋ ବୋଉ.......

ଟୁକୁ ଟୁକୁ ପଦରେ ଚାଲି
ଶିଖିଲାବେଳେ ବାରମ୍ବାର 
ପଡିଯାଉଥିଲେବି ଭୂମି ରୁ ଉଠେଇ 
ଦେଇ କହେ "କିଛି ହେଇନି ,ଏବେ ଆ ମୋତେ
 ଛୁଉଁ "।☺️☺️

ସେ ମୋ ବୋଉ......

ସ୍କୁଲ ଛୁଟି ପରେ ଭୋକରେ ଲତ ପତ
ହୋଇ ଘରକୁ ଆସିବା ବେଳକୁ 
ଅନାଟନ ବେଳେ ନିଜ 
ମାଛ ତରକାରୀ ରୁ 
କିଛି ବାହାରକରି ରଖିଦେଇ କହେ 
ଖାଇବୁ ଯାଆ ଢଙ୍କା ହେଇକି ଅଛି ।☺️☺️

ସେ ମୋ ବୋଉ.....

ଜ୍ୱରହେଲେ ପାଟି କୁ ରୁଚେନା ବୋଲି
ପଡୋଶୀ ଘରୁ ଆଚାର ଟିକେ ମାଗିଆଣି 
ଭାଇ ଭଉଣୀଙ୍କ ଠାରୁ ଲୁଚେଇ ରଖି 
ଖାଇଲା ବେଳେ ଲୁଚି କରି ଦିଏ ।☺️☺️

ସେ ମୋ ବୋଉ.....

ଶାଶୂଘରକୁ ଆସିଲା ବେଳେ ନିଜର 
ନୂଆ ଶାଢ଼ୀ ଖଣ୍ଡେ କେବେଠୁ ସାଇତି ରଖି ଥାଏ ଓ ଦେଇକହେ ଏ ଶାଢ଼ୀଟା ନେ ପିନ୍ଧିକରି ଯାଆ ।ସାଙ୍ଗରେ  ପଦରେ ଅଲତା ଟିକିଏ ଲଗା ।☺️☺️

ସେ ମୋ ବୋଉ .......

                      ......ରଶ୍ମିତା.....                        .....ହାଇଦ୍ରାବାଦ......
                💐💐💐💐💐💐