ମାଆ

ସୃଷ୍ଟି ର ଅଗ୍ରଗତି କରାଇବା ପାଇଁ
ଯାହାକୁ ବାଛି ଥିଲେ ସାଇଁ
ମାଆ" ବୋଲି ତୋତେ ଆଜି ଦୁନିଆ ଜାଣଇ।।
ତୁ ପରା ଅଟୁ ମା ଦୟା ,କ୍ଷମା,ସ୍ନେହ ର ପ୍ରତୀକ
ତୋ ପରା ଆଉ କିଏ ଏ ଦୁନିଆରେ ଥିବ ।।
ତୋ କୋଳେ ମିଳେ ମାଆ ସରଗର ସୁଖ
ତୁ ଥିଲେ ପାଖ ମାଡ଼େନି ଦୁଃଖ ।।
ତିନି ଭୁବନେ ଅଟୁ ତୁ ମହାନ୍ 
ତୋ ହୃଦୟ ରେ ଦେଉ ତୁ ସଭିଙ୍କୁ ସ୍ଥାନ।।
ପରିବାର ମାନ ରଖିବା ପାଇଁ 
ଜୀବନ କାଟୁ ତୁ ବନ୍ଦିନୀ ହୋଇ।।
ମନ ଇଚ୍ଛା କୁ ମନ ରେ ମାରି
ସଂସାର ନୌକା କରୁ ତୁ ପାରି।।
ରୋଷେଇ ଘରେ ତୋ ଦିନ ଟି ସାରୁ
ସଭିଙ୍କ ମନ ପସନ୍ଦର ତିଅଣ୍ କରୁ।।
ବିନା ବେତନ ରେ ଚାକିରି କରି
ସଭିଙ୍କ କାଯ୍ୟ କୁ ତୁ ଦେଉ ଏକା ସାରି।।
ତୋର ଜୟ ଗାଥା ଯେତେ କରିଲେ ସରିବନି ତୋ କଥା
ତୋ ଆଗେ ସର୍ବଦା ନୁଅଇ ସଭିଙ୍କ ମଥା।।
_________
ସ୍ମୃତିପ୍ରଜ୍ଞା ଜେନା
ସାଲେପୁର, କଟକ