●◆◆ମାତୃଶକ୍ତି◆◆●
ମାତୃଭୂମି ସ୍ନେହ ମାଆର ମମତା
ସରଗ ଠାରୁ ବି ଉଚ୍ଚ
ସର୍ବ ବାଧାବିଘ୍ନ ମାତୃଶକ୍ତି ଆଗେ
ଦୃଶ୍ୟମାନ ହୁଏ ତୁଚ୍ଛ ।।
ଦୁର୍ଗାମାଆ ରୋଷ କାଳୀମାତା ଜ୍ୱାଳା
ବ୍ରହ୍ମାଣ୍ଡରେ ଶକ୍ତିଶାଳୀ
ଶତ୍ରୁ ଝଡଝଞ୍ଜା ତିଷ୍ଠି ନ ପାରନ୍ତି
ପରାକ୍ରମୀ ବଳଶାଳୀ ।।
ଶୈଶବରୁ ଯୁବ ପୂର୍ଣ୍ଣ ପରିଣତ
ମାଆ ବକ୍ଷ ପାନ କରି
ସେ ଅମୃତ ଯିଏ ଥରେ ପାନ କରେ
ଅଜୟ ସମ ସେ ହରି ।।
ଯଶୋଦା,ଦେବକୀ,କୌଶଲ୍ୟା ମାତାଙ୍କ
ଯଶ ସଦା ପୂଜ୍ୟନୀୟ
କୁନ୍ତୀ ସୀତା ମାତା ପୁରାଣର ଗାଥା
ସଂକୃତିରେ ବନ୍ଦନୀୟ ।।
ସନ୍ତାନ ଭବିଷ୍ୟ ଅଗ୍ରସର ହୁଏ
ହୁଏ ଯଦି ଭକ୍ତିପୂତ
କଣ୍ଟକିତ ପଥ ପୁଷ୍ପରାଜି ହୁଏ
ଅନ୍ଧାର ବି ଆଲୋକିତ ।।
ଆଶୀର୍ବାଦ ସଦା ସମସ୍ତଙ୍କ ପାଇଁ
ଅନର୍ଗଳ ନିର୍ବିକାର
ଭକତି ତେଜିଣ ଅବହେଳା କଲେ
ଅଭିଶାପ ତିରସ୍କାର।।
ପ୍ରାର୍ଥନା କରୁଛି ମାତୃଶକ୍ତି ଜ୍ୟେଷ୍ଠ
ପ୍ରକୃତିର ବରଦାନ
ସେନେହ ମମତା ସ୍ୱର୍ଗୀୟ ସମ୍ପତି
ରହିଥାଉ ସବୁଦିନ ।।
ତପନ କୁମାର ଦାଶ୍
ଶିକ୍ଷକ,କଳାହାଣ୍ଡି
୯୪୩୮୪୧୫୯୫୫
0 Comments