ମାତୃଶକ୍ତି 

ମାତୃଶକ୍ତିର ପୂଜା ପ୍ରାକ୍ ଐତିହାସିକ କାଳରୁ
ଆର୍ଯ୍ୟମାନଙ୍କ ଆଗମନ ବହୁ ପୂର୍ବରୁ
ଶକ୍ତି ପୂଜା କରୁଥିଲେ ଆଦିମ ଅଧିବାସୀ
ରହିବା ଖାଇବା ଉପାଦାନ ଦିଏ ପ୍ରକୃତି
ବନଦେଵୀଙ୍କୁ ଇଷ୍ଟ କରିଥିଲେ ଆଦିମ ଜାତି
ପ୍ରକୃତି କ୍ରିୟାଶୀଳା, କ୍ରିୟାତ୍ମକ ଶକ୍ତି ପୁରୁଷଦ୍ରଷ୍ଟା
ଅଦିତି ଦେବତାଙ୍କ ଜନ୍ମଦାତ୍ରୀ
ଉଷା ନଦୀ ପ୍ରତ୍ୟୁଷର ମୂର୍ତ୍ତି
ସରସ୍ଵତୀ ପ୍ରକୃତରେ ପ୍ରଜ୍ଞା ଓ ଵିଦ୍ୟାଦାତ୍ରୀ
ପୃଥିବୀ ମାତା ଧରିତ୍ରୀରୂପେ ପରିକଳ୍ପିତା

ଶକ୍ + କ୍ତିନ୍ = ଶକ୍ତି
ଶକ୍ ଐଶ୍ୱର୍ଯ୍ୟ ଵାଚକ, କ୍ତିନ୍ ପରାକ୍ରମ ସୂଚକ
ଶକ୍ତି ଵ୍ୟତିରେକ ସୃଷ୍ଟି ପରିକଳ୍ପନା ଅସମ୍ଭବ
ଶକ୍ତି ସଂଗ୍ରହ ପ୍ରାଣୀର ମୂଳ ଲକ୍ଷ୍ୟ
ଶକ୍ତିହୀନ ପ୍ରାଣୀ ନିଷ୍କର୍ମା ଵା କ୍ଳୀବ

ତୈତ୍ତିରୀୟ ଆରଣ୍ୟକରେ ଦୁର୍ଗା
କ୍ୟାତାୟ ଋଷିଙ୍କ କନ୍ୟା
ମାତୃପୂଜାର ଶକ୍ତି ସୂଚନା
ଯଜୁର୍ଵେ, ଅଥର୍ବ ବେଦ, ବ୍ରହ୍ମଣ୍ୟ ଆରଣ୍ୟକ,ଉପନିଷଦ୍ ରେ ଉଲ୍ଲେଖ ଅଛି
ମାତୃଶକ୍ତି ମୋହିନୀ ରୂପରେ
ଚଣ୍ଡମୁଣ୍ଡ ,ଶୁମ୍ଭନିଶୁମ୍ଭକୁ ହତ୍ୟା କରିଥିଲେ
ଉଲଗ୍ନଶାୟୀ ହୋଇ କେଶରୀ ପିଠିରେ
ମହିଷାସୁରକୁ ବଦ୍ଧ କରିଥିଲେ

ସୃଷ୍ଟି ସଂରଚନା ପାଇଁ ଆଦିଶକ୍ତି
ନିଜକୁ ପାଞ୍ଚ ଭାଗରେ ବିଭକ୍ତ କରିଥିଲେ
ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ, ରାଧା, ସାବିତ୍ରୀ
କ୍ଷିତି, ଅପ୍, ତେଜ ମରୁତ, ଵ୍ୟୋମ
ପଞ୍ଚମହାଭୂତର ରକ୍ଷାକାରିଣୀ
ପଞ୍ଚମାତୃକା ସମୟାନୁକ୍ରମେ ଅଷ୍ଟ, ଷଡ, ଚଉରାଶି ମାତୃଶକ୍ତିରେ ପ୍ରକାଶିତ

ମାତୃଶକ୍ତି ଅଜେୟ, ଅମର
ସେ ମାୟାଶକ୍ତି, କ୍ରିୟାଶକ୍ତି ଓ ଇଛାଶକ୍ତି
ତା'ରି ଭିତରେ ଭରି ରହିଛି ସୃଷ୍ଟିର ଅମାପଵୀଜ ଗଠନର କଣିକା
ପ୍ରଳୟ ବିଧ୍ଵଂସ ଅଗ୍ନି, ସେ ହୋମକୁଣ୍ଡ,
ସେ ଯଜ୍ଞଶାଳା ଆଉ ନିଜର ମର୍ଯ୍ୟାଦା ଲଂଘନ କଲେ ସେ ହିଁ ଵିନଷ୍ଟକାରୀ ବନାଗ୍ନି

"ଶ" ଶବ୍ଦର ଅର୍ଥ ମଙ୍ଗଳଦାୟକ
"କ୍ତି"ଶବ୍ଦର ଅର୍ଥ ପରାକ୍ରମ
ଅର୍ଥାତ୍ ମାତୃଶକ୍ତି ଏକାଧାରରେ
ଐଶ୍ଵର୍ଯ୍ୟ ଓ ପରାକ୍ରମ ଉଭୟ ପ୍ରଦାନ  କରନ୍ତି
କୌଣସି କଳାକୃତି, ସ୍ତ୍ରୀ, ସୌନ୍ଦର୍ଯ୍ୟ ବିନା ପୂର୍ଣ୍ଣାଙ୍ଗ ହୁଏ ନାହିଁ,
ମାତୃଶକ୍ତି ହିଁ ଆହ୍ଲାଦିନୀ ଶକ୍ତି,
ଏହି ନବଦୁର୍ଗା ହେଲେ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ,
ମହାଗୌରୀ ଓ ସିଦ୍ଧିଦାତ୍ରୀ

ମାତୃଶକ୍ତି ହିଁ ଵ୍ରହ୍ମମୟୀ ଵ୍ରାହ୍ମୀ
ଵିଷ୍ଣୁମୟୀ ଵୈଷ୍ଣଵୀ, ଶୁମ୍ଭମୟ-ଶାମ୍ଵମୟୀ
କୌମାରୀ, ବରାହୀ, ନାରସିଂହୀ

ଶ୍ରୀମନ୍ଦିର ଭିତରେ ସ୍ଵତନ୍ତ୍ର ମନ୍ଦିରରେ
ବେଢାକଳୀ, ଵିମଳା, ସରସ୍ୱତୀ, ଲକ୍ଷ୍ମୀ, ଭୁବନେଶ୍ବରୀ, ଶୀତଳାଙ୍କ
ଉପସ୍ଥିତି ହିଁ ମାତୃଶକ୍ତି ସ୍ଵୟଂ ସିଦ୍ଧି ଲାଭ କରେ

ମୋ ଜନ୍ମଦାତ୍ରୀ ହିଁ ମୋର ଶକ୍ତି
ମୋ  ଲୁହ ଦେଖିଲେ ତା ରକ୍ତ ତରଳେ
ପ୍ରତି ପଦକ୍ଷେପରେ ତାର ସ୍ଥିତି ଅନୁଭବ କରେ,
ପ୍ରତି ସମୟରେ ତାର ଉପସ୍ଥିତି ଉପଲବ୍ଧି କରି ଠିକ୍ କାମ କରେ

  କଳ୍ପନା ରାୟ

ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର,
ଫୋନ୍ - 9583350342.