*ମାତୃ ଶକ୍ତି*
କ୍ଷଣ ମାତ୍ର ରାଞ୍ଚୁଡା ଦାଗରେ
ରାହା ଧରି ଚିତ୍କାର କରୁଥିବା ସେଇ ନାରୀ
ଦିନେ ଅସହ୍ୟ ଯନ୍ତ୍ରଣାରେ ଜନ୍ମ ଦିଏ ନୂଆ ପ୍ରାଣ
ଧରିତ୍ରୀ ମାତାର ଋଣ ଶୁଝି ପରିଚୟ ଦିଏ ମାତୃ ଶକ୍ତିର।
ଜନ୍ମିତ ଜନନୀ ପର କରି ଆପଣାଏ
ଏକ ଅଜଣା ଅଚିହ୍ନା ଅପରିଚିତ ଅଗଣାକୁ
ବାପ ସମ୍ମାନ ସହ ବଜାୟ ରଖେ ଶାଶୁ ଘର ଲଜ୍ୟା
ବୋଲାଏ ଦୁଇ କୂଳହିତା ଦୁହିତା ପରିଚୟ ଦିଏ ମାତୃ ଶକ୍ତିର।
କରୁଣାର ସ୍ୱରୂପ ସ୍ନେହମୟୀ ରୂପ
କନ୍ୟା ଭଗିନୀ ପତ୍ନୀଭଳି କେତେ ତା ସ୍ୱରୂପ
ଶ୍ରେଷ୍ଠ ଅଳଙ୍କାର ଦୟାର ସାଜି ସେ ଭଣ୍ଡାର ଗହ୍ୱର
ସଦା ପୂଜନୀୟ ପ୍ରାଣେ, ପରିଚୟ ଦିଏ ମାତୃ ଶକ୍ତିର।
ଶ୍ରେଷ୍ଠ ତାର ଜନ୍ମ ଶ୍ରେଷ୍ଠ ତାର ଧର୍ମ
ଶ୍ରେଷ୍ଠ ତାର କର୍ମ ପୁଣି ଶ୍ରେଷ୍ଠ ତାର ମାର୍ଗ
ବନ୍ଦନୀୟ ପୂଜ୍ୟ ସଦା ସକାଳଠୁ ସଞ୍ଜ ଯାଏଁ
ଶ୍ରେଷ୍ଠତାର ପ୍ରତୀକ ସେ ,ପରିଚୟ ଦିଏ ମାତୃ ଶକ୍ତିର।
ହେ ମାତା ଅଧମ ମୁଁ ତୋ ସନ୍ତାନ
ପାଉନାହିଁ ଶବ୍ଦ ଆଉ ବଖାଣିବି କି ଉପାୟ!
କ୍ଷମାମୟୀ କ୍ଷମା ଦେଇ ଘୋଡାଇ ରଖିବୁ ତୋ ପଣତେ
ତୋ ଆଶିଷ ଲଭି ଦିନେ ଲଙ୍ଘି ଯିବି ଏ ଜଗତେ..🙏🙏🙏
*ଅମିତ୍ କୁମାର୍ ସାହୁ*
+୩ ୩ୟ ବର୍ଷ
ଧକୋଠା,ଆନନ୍ଦପୁର,କେଓଁଝର,758015
ଯୋଗାଯୋଗ:-7008872788
0 Comments