ମାତୃଶକ୍ତି
                    

ମାତୃ ଶକ୍ତି ମାତୃ ଭକ୍ତି
ଜଗତେ ଦେଇଛି ଶକ୍ତି ।

ପୁରାଣ ପୋଥିରେ ଆଜି
ଲେଖା ଅଛି ତାର ଗତି ।

ରାମାୟାଣ ଯେ ଭାରତେ
ସବୁ ସ୍ଥାନେ ନାରୀ କାନ୍ଦେ ।

ଦୁଷ୍ଟ ନିବାରିଣୀ ନାମେ
ବିଶ୍ୱବ୍ରହ୍ମାଣ୍ଡର କାମେ ।

ଜନମ ନିଏ ସେ ଏଠି
ଅସୁର କୁଳ ନିପାତି ।

ଧରା ଧାମକୁ ଉଶ୍ୱାସି
ସନ୍ଥ ଜନେ କରେ ଖୁସି  ।

ମାଆର ମମତା ଏହି
ଜଗତର କଥା କହି ।

ରିପୁ ସଂହାରଣ କରେ
ଭାସ୍କର ପ୍ରତାପ ପଣେ ।

ନର ନାରାୟଣୀ ପୁଣି
ସନ୍ତାନରେ ହୋଇ ଗୁଣି ।

ଜଗତେ ଧନ୍ୟା ବୋଲାନ୍ତି
ମାତୃ ଶକ୍ତି ନାମେ କାନ୍ତି  ।

ପିତୃ କୁଳ ଉଦ୍ଧାରନ୍ତି
ସ୍ୱାମୀ କୂଳେ ପ୍ରବେଶନ୍ତି ।

ସଭିଙ୍କ ଆଦର ବନ୍ୟା
କନ୍ୟାରତନ ସେ ଧନ୍ୟା ।

ସନ୍ତାନ ପ୍ରସବ କାରୀ
ମାତୃ ନାମ ଧନ୍ୟ କରି  ।

ପରିବାରେ ଖୁସି ଆଣି
ପୁତ୍ର ଗଣ ସୃଷ୍ଟି କରି  ।

ଶାନ୍ତ ଥିଲେ ଶାନ୍ତ ଶିଳା
ଦୁଷ୍ଟ ହେଲେ ସର୍ବ ଗିଳା  ।

ସନ୍ତାନର ପାଇଁ ସିଏ
ସବୁ ଦୁଃଖ କଷ୍ଟ ସହେ ।

ମାତୃ ନାମ ଶକ୍ତ କରି
ଜଗତକୁ ଧରେ ଭିଡି  ।

ଅନ୍ୟାୟ ଅନୀତି ପଣ
ଧ୍ବଂସନ୍ତି ସେ କନ୍ୟା ଗଣ  ।

ମାତୃଶକ୍ତି ନାମ ବହି
ମାତୃ ନାମେ ପୂଜା ପାଇ  ।

ତା ପଦରେ ପୂଜେ ମୁଁହି
ଜଗତ କଲ୍ୟାଣ ପାଇଁ  ।

            ରଞ୍ଜନ କୁମାର ପଣ୍ଡା
                ସଂସ୍କୃତ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ, ଗୁପ୍ତେଶ୍ଵର
                  କୋରାପୁଟ
                 🙏🏻🙏🏻🙏🏻