ମା '


      ସାଗରୁ ଗଭୀର 
       ସରଗଠୁ ବଡ
        ତାର ସେ
      ମମତା ଡ଼ୋର ।
      ତାର ପଦ୍ମପାଦେ
      କୋଟି ପ୍ରଣମେ ମୁଁ
         ସେଇତ
     ଜନନୀ ମୋର।୧।
      ହୃଦୟ ମନ୍ଦିରେ 
      ତା'ପାଦ ପାଦୁକା,
          ପୂଜଇ ମୁଁ
       ଅନୁକ୍ଷଣେ  ।
     ତା'କୋଳରେ ଜନ୍ମ
    ନେଇ ଅଛି ବୋଲି,
        ନିଜକୁ
    ମୁଁ ଧନ୍ୟ ମଣେ।୨।
     ସ୍ନେହରେ ଜନନୀ
      ଭକ୍ତିରେ ଭଗିନୀ,
        ପ୍ରେମରେ
      ଅଟଇ ଜାୟା।
      ଶତ୍ରୁ ବିନାଶନେ
    ସେତ,ଯୋଗମାୟା
        ତିନି ରୂପେ
       ତାର କୟା ।୩।
     ଯେତେ ଶକ୍ତି ଅଛି
     ଏ ତିନି ଭୂବନେ,
        ମାତୃଶକ୍ତି
     ସମ କେହି ନୁହେଁ।
      ତା ସନ୍ତାନ ଲାଗି
       ସହିଯାଏ ସବୁ
         ନିଜ ଲୁହ
   ନିତି ନିଜେ ପିଏ।୪।
     ଘରକୁ ସଜାଡି
     ରଖିବା ପାଇଁ କି
         ନାମ ତା
      ଅଟେ ଗୃହିଣୀ।
   ସର୍ବ କାର୍ଯ୍ୟେ ସେତ
      ଅଟଇ ନିପୁଣା
     ଜ୍ଞାନରେ ସେ
     ବୀଣାପାଣି ।୫।
     ଲୁହକୁ ଆହୁତି
    ଦେଇ ନିଜେ ଜଳେ
  ସନ୍ତାନର ସୁଖ ପାଇଁ,
    କୁସଂସ୍କାରପଥ
    ସେ ତ ବହୁଦୂର
       ସଂସ୍କାର                                     
    ପଥେ ଚଲାଇ ।୬।
   କଳି ଯୁଗେ ସବୁ
   ସଂସ୍କାର ଲୁଚିଲା
    ମା'ମାନେ ହୁଅ
     ସଚେତନ।
    ଶିକ୍ଷା ଓ ସଂସ୍କାର
    ପଥରେ ଚାଲିଲେ
    ନିଶ୍ଚେ ବଢିବ ଏ
     ଦେଶ ମାନ ।୭।
     ହେ ନାରୀଗଣ
     ଯୋଡହସ୍ତେ କରେ
        ନିବେଦନ
       ରଖ ଏ ଜାତିର
          ସନମାନ  ।
       ମାଆଲୋ ମାଆ
     କରୁଛି ତୋ ପାଦେ
      କୋଟି ନମ ।୮।
      ************
         
         ସୁଷମା ମହାନ୍ତି
           ପାଟଣାଗଡ଼
            ବଲାଙ୍ଗିର
      ଯୋଗାଯୋଗ ନଂ
     ୭୭୪୯୦୧୦୫୯୯