' ମାତୃଶକ୍ତି '
ସନ୍ତାନର ମଙ୍ଗଳ ମନାସି
ନିଜକୁ ତିଳତିଳ କରି
ଜାଳୁଥିବା ଅଦ୍ଭୂତ
ଶକ୍ତିଟି ହେଉଛି' ମା '...
ପ୍ରତିଟି ମୁହୂର୍ତ୍ତ ତା'ର
କେବଳ ଗୋଟିଏ ଲକ୍ଷ୍ୟ
ସନ୍ତାନର ସୁଖରେ,
ସମୃଦ୍ଧିରେ ଆଉ
ଉଜ୍ଜଳମୟ ଭବିଷ୍ୟତ
ଭିତରେ ବନ୍ଧା......
ହୋଇପାରେ ସେ
ଗର୍ଭଧାରିଣୀ ମା
ହୋଇପାରେ ସେ
ବସୁଧା ମା,
କିମ୍ବା ହୋଇପାରେ
ଶକ୍ତି ପ୍ରଦାୟିନୀ ମାଆ ଦୁର୍ଗା ......
ସନ୍ତାନକୁ ପ୍ରତି ମୁହୂର୍ତ୍ତରେ
ଯେ କୌଣସି
ପ୍ରକାରେ ବି
ଯେ ଯୋଗାଏ ଶକ୍ତି
ସେ ହିଁ ମା '
ତା 'ର ପଦତଳେ
ଅଜସ୍ର ପ୍ରଣତି
ଜୟ ମାଆ
ଧନ୍ୟ ତୋର ମାତୃଶକ୍ତି...
ଶରତ କୁମାର ପ୍ରଧାନ
ତାରିଖ 7/6/2020
🙏🙏🙏🙏🙏
0 Comments