ମାତୃ ଶକ୍ତି


ଶକ୍ତିମୟୀ ମାଆ ଜଗତ ଜନନୀ
        ତୁହି ବିଶ୍ୱ ବିମୋହିନୀ ସନ୍ତାନକୁ 

ରକ୍ଷା ଯୁଗେ ଯୁଗେ କରୁ
      ତୁହି କରୁଣା ଦାୟିନୀ   ll 1l
ଦୁଷ୍ଟ ବିନାଶିନୀ ଆରତ ନାଶିନୀ
     ତ୍ରିଶୁଳ ଧାରିଣୀ ତୁହି
ତୋହରି ଆଶିଷେ ଏ ଦୁନିଆ ହସେ
     ମମତାର ସ୍ନେହ ପାଇ      l 2l
ନାରୀ ନାରାୟଣୀ ମହିଷା ମର୍ଦ୍ଦିନୀ
     ଅଶୂରୀୟ ଶକ୍ତି ପାଇଁ
ସଂସାରରୁ ଦୁଃଖ ଦୂର କର ମାଆ
     ମାତୃ ଶକ୍ତି ପୂଜା ପାଇଁ     l 3l
ତୋର ଗୁଣ ଦେଲୁ ନାରୀ ହୃଦେ ଭରି
      ହୋଇଲେ ସେ ସର୍ବଂସହl
ସନ୍ତାନର ସୁଖ ପ୍ରତି କ୍ଷଣେ ଦେଖେ
      ବିମୂଖ ନ ହୁଏ ଆହା      l 4l
ଅମୃତର ସୁଧା ଛାତିରେ ଭରିଲୁ
      ବହେ ନିର୍ଝରିଣୀ ହୋଇ
ସେ ଅମୃତ ପାନେ ସନ୍ତାନ ବଢ଼ଇ
      ପୂର୍ଣିମାର ଚାନ୍ଦ ହୋଇ    l 5l
ସବୁ ଅରଦଳି ମାତା ତ ସହଇ
     କୁଣ୍ଠା କେବେ କରି ନାହିଁ
ସନ୍ତାନଙ୍କ ପାଇଁ ତା ପ୍ରାଣ କାନ୍ଦଇ
      ସନ୍ତାନ ବତ୍ସଳା ସେହି       l  6l

ବାସନ୍ତୀ ଲତା ଜେନା

     ଗାନ୍ଧିନଗର, ନବରଙ୍ଗପୁର,ମୋ-୯୪୩୭୪୩୨୯୨୧