::ଗୁରୁ ହିଁ ଈଶ୍ୱର:
ଗୁରୁ ବିନା ଶିଷ୍ୟ ଅସ୍ତିତ୍ବ ଶୂନ୍ୟ,
ଗୁରୁ ପାଇ ଲଭେ ବିଶ୍ଵ ଦର୍ଶନ।
ଗୁରୁଙ୍କୁ ଯୋଗ ବଳେ କରି ଇଙ୍ଗିତ,
ଈଶ୍ୱର ଦେଲେ ମୁକ୍ତି ର ପଥ।
ଗୁରୁଙ୍କ ବାର୍ତ୍ତା କୁ ଶ୍ରେଷ୍ଠ ବିଚାରି,
ଗୁରୁଙ୍କ ନାମ ମୁଖେ ଉଚ୍ଚାରି।
ପ୍ରବୃଦ୍ଧ ଗୁରୁ ମହିମା ସ୍ବାମୀ,
ରୂପେ ଅରୂପ ଦିବ୍ୟ ଗୋସ୍ୱାମୀ।
ଆବିର୍ଭୂତ ହେଲେ ଧରା ବକ୍ଷରେ,
ଆଯୋନିଜ ପ୍ରଭୁ, ବିନା ମାତ ରେ।
ସତ୍ୟ, ଧର୍ମ, ନ୍ୟାୟ ପ୍ରଚାର କରି,
ଗୁରୁ ଶବ୍ଦ କୁ ଶ୍ରେଷ୍ଠ ବିଚାରି।
ମହିମା ଧର୍ମର ସ୍ଥାପନା କରି,
ଯୋରନ୍ଦା ପ୍ରାଙ୍ଗଣକୁ ଧନ୍ୟ କରି।
କୁମ୍ଭୀ ବୃକ୍ଷ ବକ୍କଳ କୁ ଗ୍ରହଣ କରି,
ଅଶେଷ କୃପା ର ବର୍ଷା କରି।
ହେଲେ ଅନ୍ତର୍ଦ୍ଧାନ ଶୂନ୍ୟ ମନ୍ଦିରେ,
ଅଖଣ୍ଡ ନାମ ସର୍ବ ମୁଖରେ।
ଆହେ ଗୁରୁଦେବ ଜଗତ ସ୍ବାମୀ,
ତୁମ ବିନୁ ଆମେ,ବିପଥ ଗାମୀ।
ଦେଖାଅ ଆମକୁ ପଥ ଉଜ୍ଜ୍ୱଳ,
ଲଭିବୁ ମୁକ୍ତି, କରି ଦୃଢ଼ ମନୋବଳ।
ସଂସାର ମାୟା ରେ ଛନ୍ଦି ହୋଇ,
ଆଉ ପାରୁ ନାହିଁ ନାଆ କୁ ବାହି।
ପ୍ରଭୁ ତୁମେ ହୋଇଲେ ସାହା,
ବିପଦ ଟଳିବ ଦିଶିବ ରାହା।
ଆପଣ ପରମ ପୂଜ୍ୟ ଈଶ୍ୱର,
ଆପଣଙ୍କ ନାମ ଜଗତେ ସାର।
ନାମ କୁ ତୁମର ମୁଖରେ ନେଇ,
ହୋଇ ଯାଆନ୍ତି କି ସମାଧି ମୁହିଁ।
ତୁମରି ପଦେ ବନ୍ଦନା କରି,
ଯେତେ ସବୁ ଅଶ୍ରୁ ଅର୍ପଣ କରି।
ପ୍ରାର୍ଥନା କରୁଛି ରଖ ଗୋସାଇଁ,
ନୋହିଲେ ଆଉ ଅନ୍ୟଗତି ନାହିଁ।
ଶୁଭ ଲକ୍ଷ୍ମୀ ବେହେରା
ସାଲେପୁର, କଟକ
0 Comments