ମା'ର ପରିଚୟ ମାତୃଶକ୍ତି
ନାରୀ,
ମାନବ ଶରୀରଟିଏ ନିର୍ମାଣ ପାଇଁ
ତୁ କେତେ ଅସହ୍ୟ ଦୁଃଖ,ଯନ୍ତ୍ରଣାକୁ
ନୀରବରେ ହସିହସି ସହିଛୁ ମା'
ତୋ' ସନ୍ତାନର ସୁଖ ପାଇଁ !
ହେଲେ ସେଇ ହସ ଭିତରେ ଲୁଚିଥିବା ଅମାପ ଯନ୍ତ୍ରଣାକୁ
ଏ ଦୁନିଆ କେବେ ଦେଖିଛି କି?
ହେଲେ ମୁଁ ଦେଖିପାରୁଛି ମା' ଆଜି!
ମୁଁ ବି ନାରୀଟିଏ ମୁଁ ବି ଦିନେ ତୋ'
ସେଇ ମାତୃଶକ୍ତିରେ ଜୀବନ ଜୀଇଁବାର ସୌଭାଗ୍ୟ ପାଇବି।
ମା' ତୁ କେବଳ ମା' ନୁହ
ଏ ସମଗ୍ର ଜଗତର ଜନନୀ,
ସର୍ବ ଶକ୍ତିର ସମାହାର,
ତୋ' ମମତାର ଶକ୍ତି ଆଗରେ
ଏ ଦୁନିଆର ସବୁ ଶକ୍ତି ତୁଚ୍ଛ,
ମା' ତୋ' ନାମ ଉଚ୍ଚାରଣରେ
ସ୍ବର୍ଗୀୟ ସୁଖ ପ୍ରାପ୍ତି ହୁଏ ଓ
ଆକାଶର ବଜ୍ରପାତ ବି ଥମିଯାଏ!
ପୁରୁଷ,
ଧନ୍ୟ ମା' ଧନ୍ୟ ତୁ ହେଲେ ମୁଁ ନାମ ମାତ୍ରକେ ତୋ' ସନ୍ତାନ ମୁଁ ଯଦି ତୋ'
ସନ୍ତାନ ହେଇଥାନ୍ତି, ତତେ ଶୂନ୍ୟ ରାଜରାସ୍ତାରେ କେବେ ଏକୁଟିଆ ଛାଡି ନଥା'ନ୍ତି !
ଧିକ୍! ଏଇ ମଣିଷ ଜୀବନକୁ
ତୋ' ଭଳି ମମତାମୟୀ ମାତୃକୋଳରେ ବଢି ଏ ରାଜସୁଖ
ପାଇଥିଲେ ବି ତୋ' ମମତାକୁ
ବୁଝିବାର ସାମର୍ଥ୍ୟତା ନାହିଁ ।
ତଥାପି ତୁ କାହାରି ଆଗରେ ତୋ'
ଦୁଃଖ ପ୍ରକାଶ କରିନୁ ଏତେ ଦୁଃଖ,କଷ୍ଟ ତୁ କେମିତି ସହିଛୁ ମା',
ଧନ୍ୟ ମା' ତୁ ଧନ୍ୟ ତୋ' ମାତୃଶକ୍ତି !
ତୋ' ମାତୃଶକ୍ତି ଆଗରେ ମୋ' କୋଟି ଜୁହାର।
*********
ସୁଶ୍ରୀ ଦମୟନ୍ତୀ କିଶାନ
ସୁନ୍ଦରଗଡ
ଭ୍ରାମ୍ୟଭାଷ-୯୦୭୮୫୩୦୮୪୭
0 Comments