( ସୈନିକ )
ମା' ପାଦଧୂଳି ମସ୍ତକେ ଚନ୍ଦନ
ଶାଣିତ ପାତକୁ ନୁହେଁ ଭୟଭିତ
କା ପୁରୁଷ ନର ରଣୁ ପଳାୟନ
ବୀର ପୁରୁଷ ଯେ ନୁହଁ ଦି' ମତ ।
ଯଜ୍ଞ ଅଗ୍ନି କୁଣ୍ଡେ କାୟା ସମାହିତ
ପଛ ଘୁଞ୍ଚା କେବେ ନୁହଁ ତା ବିବେକ
ହୃଦ ବନ ତାର ଅନଳ ସଦୃଶ
ଲଙ୍ଘିଯିବ ଗିରି,କାନନ, ସମୁଦ୍ର ।
ରଣକ୍ଷେତ୍ର ହେବ ଶାଣିତ ରଞ୍ଜିତ
କଣ୍ଣ କୁ ନ ମଣ ପୌରୁଷ ବିହୀନ
ବିଜୟ ର ଟିକା ନୁହଁ ପରାଜୟ
ସିଂହ ରାଜା ଏକା ଗହନ ବନର ।
ଧର୍ମ ରକ୍ଷାପାଇଁ ଜନ୍ମ ସେ ମହିରେ
ପର୍ଶୁରାମ ଅସ୍ତ୍ର,ସସ୍ତ୍ର ରେ ନିପୁଣ
ଧରିତ୍ରୀ , ପାତାଳ, ସ୍ବର୍ଗ ଏକା କାର
ଭାରତ ମାତେଯେ ଦେଇଅଛି ରାଣ ।
ସୁବାଷ ଙ୍କ ନିତୀ ଆନ୍ଦୋଳିତ କରେ
ରକ୍ତ ବଦଳରେ ରକ୍ତ ଅଳିକରେ
ଅଧର୍ମ, ଅନ୍ୟାୟ,ମିଥ୍ୟା ଅତ୍ୟାଚାର
ବଇରୀ ର ଆଜ ଭାଳେଣି ପଡେରେ ।
ମୋ ଦେଶ ସୈନିକ ଭିରୁ କେବେ ନୁହଁ
ପ୍ରାଣ ଜିବ ହେଲେ ବଚନ ନ ଯିବ
ଅନ୍ଧକାର ଗୃହ ଆଲୋକିତ ହେବ
ବଇରୀ ର ବକ୍ଷ ଗୋଳି ଭେଦ ହେବ ।
ମିର୍ଜାଫର, ବିଭୀଷଣ ,ବନ୍ଧା ହେବେ
ଅର୍ଥ, ସ୍ବାର୍ଥ ପାଇିଁ ବଳି ସେ ପଡି ବେ
ପ୍ରାଣ ଠାରୁ ପ୍ରିୟ ମୋ ଭାରତ ଭୁଇଁ
ରକ୍ଷା କରିବି ମୁ ମୋର ପ୍ରାଣ ଦେଇ ।
ନୀଳବଣ୍ଣ ଶୃଗାଳ ସିଂହ ଗର୍ତେ ଅଛି
ଧର୍ମ କିବାସେ ଠାର ମାରୁଅଛି
ଭୟ ନାହିଁ କିବା ସଙ୍କଟେ ପଡିଛି
ଭାରତୀ ମାତାର ସୈନ୍ୟକୁ ଡରୁଛି ।
ପିତା, ମାତାକୁ ମୁ ବଚନ ଦେଇଛି
ଭାରତ ଭୁଇଁକୁ ସୁରକ୍ଷା ଦେଉଛି
କ୍ରନ୍ଦନ କରନା ଭାର୍ଯ୍ୟାକୁ କହିଛି
ଜିବନ ,ଆତ୍ମା କୁ ଦେଶେ ସର୍ମପିଛି ।
ବିଭବର ଶିରୀ ମୋର ମାତୃଭୂମି
ଅକ୍ଷୁଣ୍ଣ ରଖିବି ମୋ ବଚନ ଏହି
ନିଦ୍ରିତ ନୁହଁ ମୁ ଜାଗ୍ରତ ସିପାହୀ
ବିଶ୍ବରେ ଭାରତ ଐତ୍ୟହ ଦେବ ଭୂଇଁ।
[ ସମାପ୍ତ ]
ହରିହର ଭୂକ୍ତା
0 Comments