ମୋ ବୋଉ 
..............
ନେପଥ୍ୟ ରୁ ଭାସି ଆସୁଛି ନିରାଟ ସତ୍ୟ ର ବାର୍ତ୍ତା 
ସିଏ କେତେବେଳେ ସ୍ୱର୍ଗାଦପି ଗରୀୟସୀ
ତ ଆଉ କେତେବେଳେ ମାତୃ ରୁପେଣ ସଂସ୍ଥିତା.... 

ଯିଏ କ୍ଷଣିକେ ସାଜିପାରେ ଦୁର୍ଗତି ନାଶିନୀ ଦୁର୍ଗା 
ପୁଣି ହେଇପାରେ 
ଯଶୋଦା, କୈକେୟୀ ଆଉ ନିର୍ଭୟା ମାତା...... 

ସିଏ  ଗାନ୍ଧାରୀ ସାଜି ରଚିପାରେ ମହାଭାରତ 
ପୁଣି ଯଶୋଦା ସାଜି ଦେଇପାରେ ଛାତିର ଅମୃତ
ଯାର ପାଦପଦ୍ମେ ନଇଁଥାଏ ଦେବତାଙ୍କ ମଥା 
ତାର ଶକ୍ତି ତଉଲେଇ ଆଜି କରେ ମୁଁ ଧୃଷ୍ଟତା
ସର୍ବଶକ୍ତିମାନ ସେଇ ଜନ୍ମଦାତ୍ରୀ ମାତା.... 

ସବୁପରେ ନିଜ ଅନ୍ତ ଚିରି ଜନ୍ମ ଦେଇଛି                               ମୋ ବୋଉ 
ନିଜ ରକ୍ତ କୁ ଛାତିରୁ ନିଗାଡ଼ି ପିଆଇଛି                                         ମୋ ବୋଉ 
ନିଜ ଭାଗ ସୁଖ କୁ ମତେ ଦେଇ ସର୍ବସଂହା ପାଲଟିଛି      ମୋ ବୋଉ 
ଦୁଃଖରେ ଠୋ ଠୋ ହସି ଛାତିକି ପଥର କରିଛି   ମୋ ବୋଉ 
ନିଜ ପେଟକୁ ଅଧା ରଖି ଭାତ ହାଣ୍ଡି ର ଶେଷତମ ଭାତକୁ     ମୋତେ ଖୁଆଇଛି ମୋ ବୋଉ 
ଦିନରାତି ଯନ୍ତ୍ରବତ ଖଟିବା ପରେ ବି ଗୋଡ଼ ମୋଡିଛି                      ମୋ ବୋଉ 
ଏବେ କୁହ କେଉଁ ଏକକ ରେ ତଉଲେଇବି 
ତା ସ୍ନେହ, ତ୍ୟାଗ ଆଉ ବାତ୍ସଲ୍ୟ ର ଶକ୍ତି କୁ...... 

ମୁଁ ଦେଖିଛି ତାର ସେଇ ଲୁହଭିଜା କାନି କୁ 
ମୁଁ ଚାହିଁଛି ତାର ସେଇ ଓଦା ଓଦା ପେଜୁଆ ଆଖିକୁ 
ଆଉ ମନେ ମନେ ବେଲଗାମ କରେ ଭାବନା କୁ 
ସତରେ କେମିତି ଜଣେ ଏତେ ସହିପରେ 
ସୁଖ ଦେଇ ଦୁଃଖ ନେଇ କେମିତି ସେ ହସିପାରେ 
ହା ହା 
ସିଏ ବା ମା, ତା ସନ୍ତାନ ପାଇଁ 
ସିଏ ଜୀବନ ଦେଇପାରେ ଆଉ ଜୀବନ ନେଇପାରେ..... 

🌺🌺🌺🌺🌺

ପ୍ରଶାନ୍ତ କୁମାର ମହାନ୍ତି 
କାକଟପୁର, ପୁରୀ