ମାତୃ ଶକ୍ତି
***********
ରାମାୟଣେ ଲେଖା ଅଛି ବିଶେଷ ବର୍ଣ୍ଣନ ।
ପୁରୁଷୋତ୍ତମ ଶ୍ରୀରାମ,ସୀତା ଓ ଲକ୍ଷ୍ମଣ ॥୧॥
ସମସ୍ତ ଚରିତ୍ର ମଧ୍ୟେ ଭିନ୍ନ ; ବ୍ୟକ୍ତି ଦଶାନନ ।
କାୟ,ମନ,ବାଚ୍ୟ,କର୍ମ,ଚରିତ୍ରଯାର ସ୍ଖଳନ ॥୨॥
ପରନାରୀ ଅପହରୀ ହୋଇଲା ମରଣ ।
ଅନ୍ୟାୟ,ଅନୀତି,ଅତ୍ୟାଚାର ଓ କଷଣ ॥୩॥
ଭାତ୍ରୁ-ବର୍ଗ-କୁଳ-ବଂସ ,ସନ୍ତାନେ ନିଧନ ।
ସ୍ୱର୍ଣ୍ଣ ଲଙ୍କା ଜାଳି-ପୋଡି କରିଲା ଶ୍ମଶାନ ॥୪॥
ସେହିପରି ଦୁରାଚାରୀ ହୋଇଲେ ରାଜନ ।
ଦେଶ,ରାଜ୍ୟ,ଗ୍ରାମପଦ ହେବ ଅବସାନ ॥୫॥
ରାବଣ ନାମରେ ଥିଲା ଜଣେ ଦୁରାଚାରୀ ।
ଆଜି କିନ୍ତୁ ଗ୍ରାମେ-ଗ୍ରାମେ ଅନେକ ସେପରି ॥୬॥
ପ୍ରତିଦିନ ନାରୀ ମାନେ ହେଉଛନ୍ତି ଚୋରୀ ।
ପୁରାଷାର୍ଥ ପୁରାଉଛି ଛଳେ ପ୍ରେମ କରି ॥୭॥
ପର ଦାରା ଭୋଗ କରେ ପୁରାଇ କାମନା ।
ପଦାଘାତ କରି ଦିଏ ଶେଷେ ନିର୍ଯାତନା ॥୮॥
ମିଥ୍ୟା ପ୍ରତିଶ୍ରୁତି ପ୍ରବଞ୍ଚନା,କରି ପ୍ରତାରଣା ।
ମନ୍ଦ ଆଚରଣ କରି ସ୍ୱାର୍ଥେ ହୋଇ ବଣା ॥୯॥
ନାରୀ ଜାତି ଆଜି ଦେଖ ନରକ ଗଲେଣି ।
ନିରବେ ନୀରିହ ନିର୍ବିକାର ଜାଣି-ଜାଣି ॥୧୦॥
ନାରୀ ଶରୀର ସଂଭୋଗ ; ନୁହଁଇ କେବଳ ।
ବୃଥା ଅଭିମାନେ ସ୍ୱାର୍ଥେ ହୁଏ ଉଚ୍ଛୃଙ୍ଖୁଳ ॥୧୧॥
ସେହି ଭଗ୍ନୀ, ମାତା ପତ୍ନୀ ରୂପେ ତା ଜନମ ।
ତାର ସେବା,ଦୟା ଧର୍ମ ଅଟଇ କରମ ॥୧୨॥
ଶ୍ରଦ୍ଧା,ସ୍ନେହ,ପ୍ରେମ ,ପ୍ରୀତି ସଦା କରିଦାନ ।
ସର୍ବସଂହା ଜାତି ପ୍ରତି ହେବ ସଂବେଦନ ।୧୩॥
କୃଷ୍ଣ ରୁପେ ଜନ୍ମି ଶୁଣି ଦ୍ରୌପଦୀ ରୋଦନ ।
ରାମ ହୋଇ କଲେ ସେହି ରାବଣ ନିଧନ ॥୧୪॥
ଲୁହରେ ତାଙ୍କର ; ସାରା ବିଶ୍ୱ ଜଳିଯିବ ।
ମହୀଷା ରୂପୀ ମନୁଷ୍ୟ ନିଧନ ହୋଇବ ॥୧୫॥
ଅନ୍ୟଥା ରାବଣ ମାନେ ହୋଇବେ ଉତ୍ପାତ ।
ଦୁର୍ଯ୍ୟୋଧନ,ଦାନବ ତୁଲ୍ୟ ମାନବ ସମସ୍ତ ॥୧୬॥
ସୀତା କୋପାନଳେ ସ୍ୱର୍ଣ୍ଣ ଲଙ୍କା ଛାର-ଖାର ।
ଦ୍ରୌପଦୀ ଲୋତକେ ଭାସିଲା ହସ୍ଥିନା ପୁର ॥୧୭॥
ମହୀଷା ଆତଙ୍କେ ହେଲା ଅତିଷ୍ଠ ସଂସାର ।
ଦୁର୍ଗା ରୂପେ ଜନ୍ମି ଦତ୍ୟ କରିଲେ ସଂହାର ॥୧୮॥
ଜାଣିଥାଅ ନୁହେଁ ନାରୀ କାହାର ଖେଳନା ।
ଅବସାଦେ ଭୋଗିବାକୁ ସମସ୍ତ ଲାଞ୍ଛନା ॥୧୯॥
ତେବେ ଯାଇ ମାତୃ ଶକ୍ତି ପୁଣି ବିରାଜିବ ।
ସାରା ସଂସାର ସ୍ୱଭାବେ ମଙ୍ଗଳ ହୋଇବ ॥୨୦॥
×××××××××××××
ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ପୋଷ୍ଟ- କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର,ଗଞ୍ଜାମ,୭୬୧୧୩୧
ଭ୍ରାମ୍ୟଭାଷ -୯୪୩୮୧୮୯୯୪୮
==================
0 Comments