ମାତୃଶକ୍ତି

ସବୁ ଯୁଗେ ତୋର ବିଜୟ ଗାଥା
ରହିଛି ରହିବ ଆସୁଥିବ।
ତୋ ପ୍ରତି ଯେବେ ଅନ୍ୟାୟ ହେଇଛି
ଦଣ୍ଡ ସେ ନିଶ୍ଚେ ପାଇବ।
ସତୀ ରୂପେ ତୁହି ମାଁ ପ୍ରତି ଘରେ
ତୋ ସେହ୍ନ  ପଣତକାନୀ 
 ମମତା ର କୋହ ନ ସରେ।
ତୋ ଭିତରେ ଅଜସ୍ବ ଶକ୍ତି ଦେଇ ଗଢିଛି  ବିଧାତା
ସର୍ବ କଷ୍ଟସହି ପାରୁ ବୋଲି ତ ଦୁହିତା।
କେବେ ସତୀ ସିତା କେବେ ରାଣୀ ଲକ୍ଷ୍ମୀ ବାଇ।
ଆଜିକା ନାରୀରେ ଅଛି ସେ କୋଟିପରମୋୟୀ।
କଲି ଯୁଗେ ତୁ ନିର୍ଭୟା କୁ ନ୍ୟାୟ ଦେଇ।
ପ୍ରମାଣ କରିଛୁ ଯୁଗେ ଯୁଗେ ମାଁ ଗୋ
ମାତୃ ଶକ୍ତି କେବେ ହାରି ନି କି ହାରିବନି।।

ସରସ୍ଵତୀ ସାଲିମା
ଖିଣ୍ଡା(ସମ୍ବଲପୁର)