** " ଗୁରୁ ହିଁ ଈଶ୍ବର " **

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଯେ ଅଟନ୍ତି,
ଗୁରୁ ଦେବ ମହେଶ୍ବର ।
ପିତା,ମାତା,କର୍ଣ୍ଣ,ଶିକ୍ଷାଦାତା ରୁପେ,  
ଉଭା ଏ ଧରା ପୃଷ୍ଠର ।।୧।।
ଅଜ୍ଞାନ ରୁପକ ଅନ୍ଧାର ଦୁରେଇ,
ଦିଅନ୍ତି ଜ୍ଞାନ ଆଲୋକ ।
କହିବା ଆଗରୁ ବୁଝି ସେ ଯାଆନ୍ତି,
ଅକୁହା ମନର ଭୋକ ।।୨।।
ଉପରେ ଉପରେ ରାଗନ୍ତି ମିଛରେ,
ଆମରି ଭଲ ପାଇଁକା ।
ହୃଦୟ ଭିତରେ କେତେ ସ୍ନେହ ପ୍ରେମ,
ଆମ ପାଇଁ ପରା ରଖା ।।୩।।
ନିଜ ଜୀବନରେ କେତେ କଷ୍ଟ ସହି,
ଗଢି ତୋଳନ୍ତି ଆମକୁ ।
ତାଙ୍କ ଶ୍ରମ ମୂଲ ଦେଇ ପାରିବାନି,
ସମର୍ପିଲେ ବି ନିଜକୁ ।।୪।।
ଚଳନ୍ତି ଦେବତା ସେ ପରା ଆମର,
ପୁଜିବା ତାଙ୍କ ଚରଣ ।
ତାଙ୍କ ଆଢୁଆଳେ ଥିଲେ ପରା ଆମେ,
ଆସିବ ନାହିଁ ମରଣ ।।୫।।
ଡାକିବା ଆଗରୁ ଶୁଣି ସେ ଯାଆନ୍ତି,
କହିବା ଆଗୁ ବୁଝନ୍ତି ।
ତାଙ୍କରି ଚରଣେ ଧ୍ଯାନ ରଖିଥିଲେ,
ତାଙ୍କ ଆଶିଷ ଲଭନ୍ତି ।।୬।।
ଏ ଧରାରେ ଗୁରୁ ସୁଯୋଗ୍ଯ ସନ୍ତାନ,
କୃପା ବିନା ନାହିଁ ମୁକ୍ତି ।
ତୁମରି ମହିମା ତୁମ କୃପା ବଳ,
ମାପିବାକୁ ନାହିଁ ଶକ୍ତି ।।୭।।
ପାଳନ କରିକି ତାଙ୍କ ଉପଦେଶ,
ସବୁ କଥା ମାନେ ଯିଏ ।
କେବେ ହାରେ ନାହିଁ ସିଏ କେଉଁଠାରେ,
ସବୁଠି ବିଜୟୀ ହୁଏ ।।୮।।
ନମ୍ର ଭଦ୍ର ଶାନ୍ତ ସରଳ ସ୍ବଭାବ ,
ସତେ ଦିବ୍ଯ ଅବତାର ।
ବିପଦେ ଆପଦେ ସେ ନାମ ସ୍ମରିଲେ,
ହୁଏ ଅସୁବିଧା ଦୁର ।।୯।।
ମାତା ପିତା ପରା ଚଳନ୍ତି ଦେବତା,
ପ୍ରଥମ ଗୁରୁ  ଆମର ।
କେତେ କଷ୍ଟ ସହି ବଢାନ୍ତି ଆମକୁ,
ନିଜ ସୁଖ କରି ପର ।।୧୦।।
ଅନ୍ଧାର ପଥରେ ସେ ଯେ ଆଶା ବାଡି,
ଡଙ୍ଗା ଏ ଭବ ସାଗରେ ।
ଗୁରୁ ଯେ ମୋ ପାଇଁ ସାକ୍ଷାତ ଈଶ୍ବର, 
ପ୍ରଣାମ ସେଇ ପୟରେ ।।୧୧।।

            ***

ପ୍ରତାପ ଚନ୍ଦ୍ର ପ୍ରଧାନ
କଣାସ, ପୁରୀ, ୭୫୨୦୧୯