***********
ଋଷି ଅଂଗିରାଂକ
ଶିଷ୍ଯ ଉଦୟନ
ଅତ୍ଯନ୍ତ ତେଜସ୍ବୀ ଥିଲେ
ସେଥିପାଇଁ ଋଷି
ଏହି ଶିଷ୍ଯଟିକୁ
ତାରିଫ ବି କରୁଥିଲେ।
ଦେଖିଲେ ଅଂଗିରା
ଉଦୟନଂକର
ଆଳସ୍ଯ ଯାଉଛି ବଢି
ହରାଇ ବସୁଛି
ସ୍ବାଧାୟ ଅଭ୍ଯାସ,
ସକ୍ରିୟତା ଯାଏ ଛାଡି।
ବିନମ୍ରତା ତା'ର
ଲୋପ ବି ପାଉଛି
କଥାଟା ଲାଗୁଛି ଉଗ୍ର
କାହାରି କଥାକୁ
ଗୁରୁତ୍ବ ଦେଉନି
ହେଉ ନାହିଁ ସିଏ ବ୍ଯଗ୍ର।
ଶିଷ୍ଯଂକ ଗହଣେ
ବସି ଗୁରୁଦେବ
ଚର୍ଚ୍ଚା କରୁ ଥିଲେ ଞାନ।
କହିଲେ, "ହେ ବତ୍ସ,
ଜଳନ୍ତା ଚୁଲିରୁ
ମୋଟା କାଠ ଖଣ୍ଡେ ଆଣ।"
ଜଳଂତା କାଠଟେ
ଆଣି ଉଦୟନ
ରଖିଲେ ଗୁରୁଂକ ପାଶେ
ଧୀରେ ଧୀରେ ଲିଭି
ଅଂଗାର ହୋଇଲା
ଲାଲ ରଂଗ କଳା ଦିଶେ।
ଗୁରୁ କହିଥିଲେ,
" ସୁସଂଗ ଛାଡିଲେ
ଅବସ୍ଥା ଏମିତି ହୁଏ
ଗର୍ବ ଅହଂକାରେ
ବିନମ୍ରତା ଆଉ
ମହତ୍ତ୍ବ ଦୂରେଇ ଯାଏ।"
ଉଦୟନ ତହୁଁ
ବୁଝି ଯାଇଥିଲେ
ଗୁରୁଂକ ମହତ ତତ୍ତ୍ବ
ପାଦ ତଳେ ପଡି
କହିଲେ ଗୁରୁଂକୁଲ
" କ୍ଷମା କର ଗୁରୁ ତାତ।"
ମାତା ଗୁରୁ,ପିତା ଗୁରୁ,କର୍ଣ୍ଣ ଗୁରୁ
ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ
ଏ ପାଞ୍ଚ ଗ୍ରୁରୁର ଗୁଣ ଯା'ପାଖେ
ସେହି ହିଁ ପ୍ରକୃତ ଗୁରୁ।।
******************
🖊️ତାମର ଦିନବନ୍ଧୁ
*ଗଞ୍ଜାମ* */* *ଓଡିଶା*
*ମୋ ନଂ : 9776673200
0 Comments