●●●( ଗୁରୁ ହିଁ ଇଶ୍ବର )●●●

ହେ ଗୁରୁ ତୁମେ ବ୍ରହ୍ମା,ବିଷ୍ଣୁ, ମହେଶ୍ୱର
                      ତୁମେ ଦିଅ ଆମକୁ ଶିକ୍ଷା,
ବାପାମାଆ ପରେ ତୃତୀୟ ପ୍ରଶିକ୍ଷକ
                    ହୋଇ ଦିଅ ଆମକୁ ଦୀକ୍ଷା l l

ନିଜ ବୁଦ୍ଧିବଳେ ସତ୍ କର୍ମ ଶିଖାଇ
                     ସତ୍ ପଥ ଦିଅ ଦେଖାଇ,
ଆଜୀବନ ଗୁରୁ ପାରିକର ଆମକୁ
                   ଅନ୍ଧାରେ ଆଲୋକ ପକାଇ l l

ହେ ଗୁରୁ ତୁମେ ଅଟ ସାକ୍ଷାତ ଇଶ୍ବର
                    ଏ ଜଗତ ପାଳନକର୍ତ୍ତା,
ବାପାମାଆ ଭାବେ ଗୁରୁ ଅଟଇ ତୁମେ
                       ଆମେ ତୁମ ପୁତ୍ର-ଦୁହିତା l l

ଆଶା ଭରିଥାଅ ଜୀବନେ ପିଲାଙ୍କର
                   ଦେଖାଇ ନବୀନ ଆଲୋକ,
ସେଇ ଆଲୋକ ଯେ  ସାଥେ ରହିଥାଏ
                        କୃପା କରି ଜୀବନଯାକ l l

ହେ ଗୁରୁ ତୁମେ ଯେ ଅଟ ପରମବ୍ରହ୍ମ
                      ନୀତିଶିକ୍ଷା ସବୁ ଶିଖାଅ,
ଜୀବନ ସତ୍ ପଥେ ଅଗ୍ରସର ପାଇଁ
                  ଗ୍ୟାନର ଆଲୋକ ଦେଖାଅ l l

ପ୍ରଶାନ୍ତ କୁମାର ସାହୁ
ପାଟପୁର, ସାନଖେମୁଣ୍ଡି, ଗଞ୍ଜାମ
ଫୋନ୍ - ୭୭୩୫୧୦୩୬୯୭