''''ମାଟିର୍ ମୁନୁଷ୍''''
କେନ୍ କେ ଯାଉଛ ମାଟିର୍ ମୁନୁଷ୍
ତୁମର୍ ମାଟିକେ ଛାଡ଼ି କରି,
ତୁମର୍ ଜନମ୍ ଭୁଇଁ ତୁମ୍ କେ
ଡ଼ାକୁଛେ ତୁମର୍ ଗୁଣ୍ ସୁମରି||
ସହରେ କହେସନ୍ Morning evening
ନି ଥାଏ ଟିକେ Feeling,
ଇନର୍ ସେ ଜୁହାର୍ ଥି ମିଲ୍ ସି
ଶୁଣ୍  ହଜାରେ Blessing||
ଫେରିଆ ଫେରିଆ ତୁଇ ଡାକୁଛେ
ତତେ ତୋର୍ ଜନମ୍ ମାଟି
ନି ରହ ସେ ନରକେ ଆଉ ତୁଈ
ତାର୍ କଳା ଜିଭେ ଦେବା ଚାଟି||
ମନେ ନି ପଡ଼୍ ବାର୍ କାଏଁ ତୋର୍
ସେ ଟିକିରା ଜୁରର୍ କଥା,
କେତେ ଖେଲୁଥିଲୁ ତାର୍ ସାଙ୍ଗେ ମିଶି
ନି ଘୁରୁ କାଏଁ ତୋର୍ ମଥା||
ନାଇଁ ମନେ ପକେଇ ପାର୍ ବାର୍ କାଏଁ
ତୋର୍ ସେ ଛୁଆ ବେଳ୍,
କେତେ ଖେଲୁଥିସୁ ସାଙ୍ଗ୍ ସାଥି ସଙ୍ଗେ
ଲୁକ୍ ଲୁକାନି ଖେଲ୍ ।।
ବେଲ୍ ବୁଡ୍ ଲେ ସଭେଁ ଫେର୍ ସନ୍
ନିଜର୍ ନିଜର୍ ଘର୍ କେ,
ତୁଲସୀ ଚ ଉଁରା ନେ ଦୀପ୍ ଜାଲ୍ ସନ୍
ନି ବାଧେ କାଏଁ ତୋର୍ ବିବେକ୍ କେ||
ଭାଗବତ୍ ଟୁଙ୍ଗୀ ନେ ବସିକରି
ଭଜୁଥିସୁ ତୁଇ ପର୍ ଭୁ ନାମ୍
ନି ଶୁଭୁବାର୍ କାଏଁ ଆଜି ତତେ
ଖଜଣି-ଗିନି ର୍ କାନ୍ଦ୍ || 
ଶୀତ୍ ଦିନେ ଜାଲି ନିଆଁ ରାସ୍ତା କୋଣେ
ଶାଲ୍ କାଠିନେ ଘଷ୍ ସୁ ଦାନ୍ତ୍,
ଦଦା ବବା କେତେ କଥା ହେଉଥିସନ୍
ଖାଇସୁ ଶାଗ୍ ପଖାଲ୍ ଭାତ୍ ||
ଧାଙ୍ଗ୍ ରି ନନି ମୁଣ୍ଡେ ଖୁଂଚି ଫୁଲ୍
ଅଣ୍ଟା ନେ ଆଣ୍ ସି ବୁହି ପାନି,
ଧାଏନ୍ ମାଏନ୍ ଆଚାର୍ ବେଭାର୍
ଗୁଣ୍ କେ ତାର୍ ନି ପାରୁ ବାହୁନି ।।
ସହର୍ କେ ଗଲେ ମିଲ୍ ବା କାଏଁ
ଗାଁର୍ ଲେଖେ ମଜା,
ମୋଟନ୍ ବିରିଆନି ନୁ ଭଲ୍ ନୁହେଁ କାଏଁ
ଇନର୍ ପଖାଲ୍ ଶାଗ୍ ଭଜା||
ଘାଇକର୍ ଲାଗି ନି ଦିଶ୍ ବାର୍ କାଏଁ
ତତେ ତୋର୍ କରମ୍ ଧରମ୍,
ପାଏନ୍ ବରଷ୍ ଲେ ହଲ୍ କର୍ ସୁ
ହଲୁଆ ଗୀତ୍ ପାଶୋରି ନି ଲାଗୁ ତୋତେ ସରମ୍ ||
ଦେଖ୍ ଥରେ ତୋର୍ ପଛ୍ କେ ଉଲ୍ ଟି
କାନ୍ଦୁଛେ ତୋର୍ ଗାଁ ଭୂଇଁ,
ସହରୀ ଚଲଣୀ ହୃଦୟ ଦେଲା ଖାଇ
ହୃଦୟ ହୀନ ହେଲୁ ତୁଇ।।
       

                ""ପ୍ରେମ୍ କୁମାର୍""