Sahitya Jibana

Portal on odia literature

ଲୋକ ଗଳ୍ପ ନୁଆଁ ଢ଼ଙ୍ଗରେ

ବିଶେଷ ସୂଚନା:-

ଚକୁଳିଆ ପଣ୍ଡା ହେଉ କି ବଉଳା ଗାଈ କିମ୍ବା ବୁଢୀ ଅସୁରୁଣୀ କଥା ଯାହା ଆମେ ଛୋଟ ବେଳୁ ଜହ୍ନ ମାମୁଁ ବହି କିମ୍ବା ଜେଜେମା ଙ୍କ ନିକଟରୁ ଶୁଣି ଥିଲୁ ।। ଲୋକ ଗଳ୍ପ ର ସ୍ରଷ୍ଟା କିଏ ତାହା ଖୋଜିବା ଅସମ୍ଭବ , ଗୋଟିଏ ମୁହଁ ରୁ ଆଉ ଗୋଟିଏ ମୁହଁ କୁ ପ୍ରସାରିତ ହେଲାବେଳେ କିଛି କିଛି କାହାଣୀ ରେ ପରିବର୍ତ୍ତନ ହୋଇଯାଇଥାଏ ।। ଆସନ୍ତୁ ପୁରୁଣା ସ୍ମୃତି କୁ ମନେପକାଇ ସେଇ ଲୋକ ଗଳ୍ପ କୁ ନିଜର କଳ୍ପନାର ପୁଟ ଦ୍ଵାରା ନୁଆ କିଛି ଢ଼ଙ୍ଗରେ ଲେଖିବା ।।

ପ୍ରସଙ୍ଗ :- ଲୋକ ଗଳ୍ପ ନୁଆଁ ଢ଼ଙ୍ଗରେ
ସମୟ ସୀମା :- ୧୧ ଜାନୁଆରୀ – ୨୦ ଜାନୁଆରୀ , ୨୦୨୧

୧. ୧୧ ଜାନୁଆରୀ ଠାରୁ ୨୦ ଜାନୁଆରୀ ମଧ୍ୟରେ ଦିଆଯାଇଥିବା ପ୍ରସଙ୍ଗ ଉପରେ ଲେଖି ପ୍ରକାଶ କରିବେ।

୨. ଲେଖା ଗୁଡିକ ନିଜସ୍ଵ ଓ ଅପ୍ରକାଶିତ ଏବଂ ସଚେତନତା ଉପରେ ହେବା ଆବଶ୍ୟକ। ଏହି ଦିନ ଗୁଡ଼ିକରେ ଅନ୍ୟ କିଛି ଲେଖା ପ୍ରକାଶିତ ନକରିବାକୁ ଅନୁରୋଧ।

୩.କେବଳ ଗୋଟିଏ ଲେଖା ଦେବେ। ଲେଖାର କୌଣସି ଶବ୍ଦ ସୀମା ନାହିଁ।

୪.ଲେଖା ଉପରେ ଶୀର୍ଷକ ଏବଂ ନିମ୍ନ ରେ ନାମ ଓ ଠିକଣା ଦେବାକୁ ଅନୁରୋଧ।

୫•ଶ୍ରେଷ୍ଠ ତିନି ଜଣ ସ୍ରଷ୍ଟା ଙ୍କୁ ସାହିତ୍ୟ ଜୀବନ ପରିଚାଳନା କମିଟି ତରଫରୁ ଅନ୍ ଲାଇନ୍ ମାନପତ୍ର ପ୍ରତିଯୋଗିତା ର ଦୁଇ ସପ୍ତାହ ମଧ୍ୟରେ ପ୍ରଦାନ କରାଯିବ।

୬. ଉପରୋକ୍ତ ନିୟମକୁ ଅନୁସରଣ ନ କଲେ ପ୍ରତିଯୋଗିତା ରୁ ବାଦ୍ ଦିଆଯିବ ।।

ଯୋଗାଯୋଗ :- sahityajibana@gmail.com

Contact Us

?ସାହିତ୍ୟ ଜୀବନ ପରିଚାଳନା କମିଟି?