Sahitya Jibana

Portal on odia literature

ଆମ ଗାଁ ମାଟି – କୁମର ଲାଲ ରଣା

1 min read

ଆମ ଗାଆଁ ମାଟି କେଡେ ସୁନ୍ଦର ଗୋ
ଗହଳି ଲାଗିଛି କେତେ l
ଅନାବନା ଗଛ ମହକ କୁସୁମ
ଭରିଛି ଗାଆଁରେ ଯେତେ l
ଚାଷରେ ପୁରିଛି ବାହାଲ ବେରନା
ଆଟ ଭୂମି ଚାଷ ଖେତ l
ବହି ପଡ଼େ ନାଳ ନୀର ଝର ଝର
ମାଟିରୁ ପାଇ ଅମୃତ l
ମାଟିର ପାଗକୁ ମଜା କରି ଦେଇ
ଫସଲ ହୁଅଇ ସୁନା l
ମକରନ୍ଦ ମଧୁ ମିଳେ ଏ ମାଟିରୁ
ସତେ ଏ ଅଟେ ଯମୁନା l
ଗଙ୍ଗା ନୀର ଧାର ବହେ ଦିନ ରାତି
ଏଇ ମାଟିରୁ ସମ୍ଭବି l
ଏ ମାଟିର ଯଶ କୀର୍ତି ବହି ଚାଲେ
ଇତିହାସ ଲଭେ କବି l

କୁମର ଲାଲ ରଣା, ମହୁଆ ଭଟା, ନୂଆପଡା

 

Leave a Reply

Copyright © Sahitya Jibana | Newsphere by AF themes.