Sahitya Jibana

Portal on odia literature

ସାତପୁରି ଅମାବାସ୍ୟା – ମନୋଜ କୁମାର ପଟ୍ଟନାୟକ

1 min read

ସତରେ ମୋ ସଂସ୍କୃତି କେତେ ଦୃବଳ ଆଜି ସାତପୁରି ଅମାବାସ୍ୟା କହିଲେ କେହି ଜାଣିପାରୁ ନାହାଁନ୍ତି । ମୋ ସଂସ୍କୃତି କଣ ଏତେ ଖରାପ ହୋଇଯାଇଛି ଆଜି । ସାତପୁରି ଅମାବାସ୍ୟା କହିଲେ ଜାଣିପାରୁ ନାହାଁନ୍ତି କିଛି ଲୋକ ।ବା ବା ରେ ସମାଜ ଆମେ ନିଜେ ହିଁ ନିଜ ସଂସ୍କୃତି ଭୁଲିଛୁ। ମୋର ଏହି ଛୋଟିଆ କବିତା ମାଧ୍ୟମରେ ସାତପୁରି
ଅମାବାସ୍ୟା କୁ ବଞ୍ଚାଇ ରଖିବାକୁ ଚେଷ୍ଟା କରିଛି।

ସାତପୁରି ଅମାବାସ୍ୟା ଦିନ ଯେ ବରଷା
ଘନ ଘନ ବରଷଇ ଏହି ପୁଷ୍ଟ ଧରା ।
ଘନ ଘନ ବିଜୁଳି କୁ ଟିପି ଟିପି ପାଣି
ଘଡ ଘଡି ଶଦ୍ଧରେ ଯେ ତିନିପୁର ଜିଣି ।

ବର୍ଷା ରାଣୀ ଆସିଅଛି ଧରିକି ସବାରୀ
ମତ୍ୟପୁର ଲୋକଙ୍କର ଦୁଃଖ ନେବ କିଣି ।
ଏହି ଅମାବାସ୍ୟା ଆଦ୍ୟ ଦିନଟି ପ୍ରଧାନ
ଘନ ଘନ ବର୍ଷାରେ ଯେ ପୁରେ କ୍ଷେତ ଧାନ ।

ପାଣି ପାଇଁ ଲୋକମାନେ ହନ୍ତ ସନ୍ତ ହୁଅନ୍ତି
ବରଷା ରାଣୀକୁ ସର୍ବେ ଚାହିଁ ରହି ଥାନ୍ତି ।
ସତ ପୁରୀ ଅମାବାସ୍ୟା ଦିନ ସେ ଆସିବ
ଘନ ଘନ ବରଷାରେ ଧାରା କମ୍ପାଇବ ।

ଦାଣ୍ଡ ବାରି ଅବଶ୍ୟ କଦର୍ଯ୍ୟ ଦିଶିଇ
ପ୍ରକୃତି କୋଳ ଟା ମୋର ସୋଭାଦିଶୁ ଥାଇ ।
ଅନ୍ୟ ବର୍ଷା ଦିନଙ୍କଠୁ ସତପୁରି ବର୍ଷା
କେମନ୍ତେ ଲାଗଇ ଏହା ଅଲଗା ଅଲଗା ।

ଏମିତି ଲାଗଇ ଏହା ଯେମିତି ନିଆରା
କାଉ ସଙ୍ଗେ କୋଇଲିର ଯେମିତି ତୁଳନା ।
ଘଡି ଘଡି ଖରକୁ ତ ଘଡି ଘଡି ମେଘ
ଏହି ଧରାଧାମ ଦିଶେ ସନ୍ଧର୍ଯ୍ୟର ରୂପ

କବି:- ମନୋଜ କୁମାର ପଟ୍ଟନାୟକ
ମୋବାଇଲ୍:-୯୯୩୭୩୦୭୮୫୭
ଗ୍ରାମ:- ରାଳବ
ବ୍ଲକ:- ହିଞ୍ଜିଳିକାଟୁ
ଜିଲ୍ଲା:- ଗଞ୍ଜାମ
ପିନ୍:- ୭୬୧୧୦୨

Leave a Reply

Copyright © Sahitya Jibana | Newsphere by AF themes.