Sahitya Jibana

Portal on odia literature

ଜନ୍ମାଷ୍ଟମୀ – ଲଲିତା ନାଏକ

1 min read

ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ
ପ୍ରଭୁ ଧରାବତରଣ କଲ ତୁମେ।
ମାତା ଦେବକୀ ଗର୍ଭରୁ ବନ୍ଦୀ ଗୃହରେ
ମାଧବ ଜନମ ଲଭିଲ ତୁମେ।
ମେଘ ବରଷେ ବିଜୁଳି ଘଡଘଡି ଶୁଭେ
ମାତା ପୁତ୍ର ମମତା ଶିଖେଇଲ ତୁମେ।

କି ଆନନ୍ଦ ପିତା ବାସୁଦେବ ମୁଖେ
କୃଷ୍ଣପକ୍ଷ ଜନ୍ମ ଶ୍ରୀକୃଷ୍ଣ ଯେ ତୁମେ।
ଦୁଷ୍ଟ ଶକ୍ତି ବିନାଶେ ଜନ୍ମିଲ ମାତ କୋଳେ
କଂସ ବିନାଶେ ନନ୍ଦରାଜା ବାସେ
ବଢ଼ିଲ ତୁମେ।

କୃଷ୍ଣ ଲୀଳା କରି କଂସ ନାଶ ହୋଇଲେ
ଦୁଇଟି ମାତା ର ପ୍ରାଣ ହୋଇଲ ତୁମେ।
କୃଷ୍ଣ ଜନ୍ମ ମାତା ତ୍ୟାଗ ଜଗତ ଜାଣିଲେ।
ପିତା କଷ୍ଟ ମାନବ କର୍ଣ୍ଣରେ ଶୁଣିଲେ।
କୃଷ୍ଣ କୃଷ୍ଣ ଜପୁଥାଉ ମାନବ ଚିତ୍ତେ
କୃଷ୍ଣ ଜନ୍ମ ଜନ୍ମାଷ୍ଟମୀ ହେଉ ଯୁଗେ ଯୁଗେ।

ଲଲିତା ନାଏକ
ସମ୍ବଲପୁର

Leave a Reply

Copyright © Sahitya Jibana | Newsphere by AF themes.