Sahitya Jibana

Portal on odia literature

ଆମେ ସ୍ଵାଧୀନ – ଲଲାଟେନ୍ଦୁ ବାରିକ

1 min read

ଶାନ୍ତି ମୈତ୍ରୀ ଐକ୍ୟ ର ଆବାହକ ସାଜି
ଉଡଇ ଜାତୀୟ ତ୍ରିରଙ୍ଗା ଧ୍ଵଜା
ମୃଦୁ ମଳୟ ରେ ତାଳମେଳ ଦେଇ
ଖେଳାଏ ଭ୍ରାତୃତ୍ଵ ର ଭାବ ଧାରା
ଅହିଂସା ର ମାର୍ଗ ଅଟଇ ସବୁରି
ଵୁଣଇ ବିଜୟ ର ଶ୍ରେଷ୍ଠ ବାର୍ତ୍ତା
ସତ୍ୟ ର ପୂଜାରୀ ମହାନ ବାପୁଜୀ
ଦେଇଗଲେ ନାନା ନୀତି ଶିକ୍ଷା
ନାନା ନାରା ଦେଇ ଜାଗ୍ରତ କରାଇ
ଦେଶରୁ ଫିରିଙ୍ଗି କୁ ଦେଲେ ହଟାଇ
ଏକତା ମନ୍ତ୍ର କୁ କରାଇ ପ୍ରଚାର
ସଭିଙ୍କ ମନ ରେ ଭରିଲେ ସଞ୍ଚାର
ବହୁ ବୀରସୁତ ଭୋଗୀ କାରାବାସ
ଭାରତ ବର୍ଷ କୁ କଲେ ସ୍ବାଧିନ
ତାର ସନ୍ତକ ବିଜୟ ର ଧ୍ଵଜା
ଉଡୁ ଅଛି ଗର୍ଵେ ଫୁଲାଇ ଛାତି
ପରାଧୀନତା ର ସେହି କଳାବାଦଲ
ଘୋଟି ରହିଥିଲା ଦୁଇ ଶହ ବରଷ
ପୂଜ୍ୟ ବାପୁଜୀ ଙ୍କ ଅହିଂସା ମନ୍ତ୍ର
ଗୋରା ସାହେବଙ୍କୁ କଲା ଚକିତ
ଅହିଂସା,ଏକତା ଏହି ଦୁଇ ମନ୍ତ୍ରେ
ଲଢିଲେ ସଭିଏଁ ହୋଇ ଦୀକ୍ଷିତ
ଆସିଲା ସ୍ବାଧିନତା ର କିରଣ
ଖୁସିର ଲୁହେ ଭିଜିଲା ମା ଚରଣ

ଲଲାଟେନ୍ଦୁ ବାରିକ
ବାସୁଦେବପୁର,ଭଦ୍ରକ

Copyright © Sahitya Jibana | Newsphere by AF themes.