Sahitya Jibana

Portal on odia literature

ପାର୍ଥିବ – ବିଦ୍ୟାଧର ପ୍ରଧାନ

1 min read

ପାର୍ଥିବ ବସ୍ତୁ ନ ଦିଅଇ ସୁଖ

ସେତ ମରୁ ମରୀଚିକା

ତା’ ପଛରେ ଧାଇଁ କିଛି ଲାଭ ନାହିଁ

ସମୟ ହୁଅଇ ବୃଥା।

ସ୍ଥାବର ହେଉ କି ଅସ୍ଥାବର ହେଉ

ହେଉ ଭୂମି, ଟଙ୍କା, ସୁନା

କୋଠା ବାଡି ହେଉ କିମ୍ବା ଗାଡ଼ି ଘୋଡ଼ା

ଏ ସବୁ କିଛି ରୁହେନା।

ଭାଗ୍ୟ ଦେବୀ ସୁପ୍ରସନେ ଆସିଥାନ୍ତି ଲକ୍ଷ୍ମୀ

ସ୍ଵଇଛାରେ ଚାଲି ଯାନ୍ତି

ନିସ୍ବ କାଙ୍ଗାଳ ସର୍ବହରା ସର୍ବେ

ଅମିର କେହି ନୁହନ୍ତି।

ଜୀବନଟା ଏକ ସମୟର ସୁଅ

ଦିନେ ନିଃଶେଷ ହୋଇବ

କାଳର କରାଳ ସ୍ରୋତେ ଭାସିଯାଇ

ଏ ମାଟିରେ ମିଶିଯିବ।

ସମାଜ କଲ୍ୟାଣେ ମନକୁ ବଳାଅ

କର ପର ଉପକାର

ଜୀବ ପ୍ରତି ଦୟା ଭାବ ରଖିଥାଅ

ଏହି ତ ମହତ ବିଚାର।

କହ କହ ଭାଇ ଦେଖିଛକି କାହିଁ

କିଏ ଅବା ଚିର ସ୍ଥାୟୀ

ଅହଁକାରି ଜନେ ଦାମ୍ଭିକ ଦେଖାନ୍ତି

କେବଳ କ୍ଷଣିକ ପାଇଁ।

କିଛି ନୁହେଁ ମୋର ସବୁ ବିଧାତାର

ଏହି ମନଭାବ ରହୁ

ଏ ସଂସାର ଜନେ ସମସ୍ତେ ନିଜର

ଆତ୍ମୀୟତା ଭାବ ଥାଉ।

କେହି ନୁହେଁ ଶତ୍ରୁ ସମସ୍ତେ ତ ମିତ୍ର

ଶାନ୍ତି ସନ୍ତୋଷ କୁ ଲଭ

ସେନେହ କରୁଣା ପ୍ରୀତିର ବନ୍ଧନ

ଜାଗି ଉଠୁ ଦିବ୍ୟ ଭାବ।

ଆସି ଥିଲୁ ଏକା ଚାଲିଜିବୁ ଏକା

ରହିବ ମହତ ପଣିଆ

ବେଳ ଥାଉ ଥାଉ ଭେଳା ତୁ ସଜାଡ

ନ ବୁଡିବ ଧର୍ମ ନାଆ।

 

ବିଦ୍ୟାଧର ପ୍ରଧାନ

ମାଲୁଦ, କୃଷ୍ଣପ୍ରସାଦ, ପୁରୀ

 

Copyright © Sahitya Jibana | Newsphere by AF themes.