Sahitya Jibana

Portal on odia literature

କୃଷକ – ବିଦ୍ୟାଧର ପ୍ରଧାନ

1 min read

 

 

କୃଷକର ଜୟ ଧର୍ମର ଜୟ

ଜୟ ଦେଶ ମାତୃକାର

ଅନ୍ନ ଦାତା ସେ କରେ ଅନ୍ନ ଦାନ

ତା’ପରି ହେବ ବା କିଏ।

 

ଶିତ କାକରରେ ବର୍ଷା ଖରାରେ

ସହିତ କଷଣ ଘୋର

ନିରନ୍ତର ଭାବେ କର୍ମ କରି ଚାଲେ

ତା’ମୂଲ ଅମୂଲ ମୂଲ ।

 

ମାଟି ସାଥେ ମାଟି ହୋଇ କରେ କର୍ମ

ବହେ ଶ୍ରମ ଝାଳ ନିର୍ଝରଣୀ ସମ

ବନ୍ଧୁରିତ ପଥେ ତା’ର ଅଭିଜାନ

ନାହିଁ କେବେ ତା’ର ମାନ ଅଭିମାନ।

 

ଘର୍ଷଣ କର୍ଷଣେ ସଦା ତା’ର ମନ

ତା ପ୍ରଚେଷ୍ଟା ଆଗେ ସବୁ ହାର ମାନେ

ସବୁ ଅସମ୍ଭବ ହୁଅଇ ସମ୍ଭବ

ଦେଖାଏ କେତେ ସାମର୍ଥ୍ୟ ଓ ଦମ୍ଭ।

 

ହସିଉଠେ କ୍ଷେତ ଶସ୍ୟଶ୍ୟାମଳାରେ

ମଣ୍ଡିତ ହୁଏ ଧରା ଶସ୍ୟଭାରେ

ହଳିଆ ଭାଇର ଗୀତର ଲହରୀ

ଦୂରୁ ଭାସି ଆସେ ବଂଶି ସ୍ୱନ ପରି।

 

ଶର୍ବ ଜୀବଙ୍କର ସେ ଆଶା ଭରଷା

ମେଣ୍ଟି ଯାଏ କ୍ଷୁଧା ପୁରିଯାଏ ଆଶା

ସମସ୍ତେ ହୁଅନ୍ତି ସୁଖି

ତା ଜୀବନେ ଖାଲି ଅମା ଅନ୍ଧକାର

ଦେଖ ସେ କେତେ ଦୁଃଖି।

 

ନୁଖୁରା ମୁଣ୍ଡକୁ ତେଲ ନମିଳଇ

ପିନ୍ଧିବାକୁ ନାହିଁ ବସ୍ତ୍ର

କାନୀ ବଦଳାଇ ନିତି ପିନ୍ଧୁଥାଇ

ନାହିଁ ତା’ ଦ୍ଵିତୀୟ ବସ୍ତ୍ର।

 

ରୋଗ ବୈରାଗରେ ସଢୁଣ ଯେ ଥାଇ

ଯୁଝୈ ଦାରିଦ୍ର୍ୟତା ସହ

ତଥାପି ହାରିନି ଜୀବନ ସଂଗ୍ରାମେ

କେଡେ କଠିନ ତା ଦେହ।

 

ଔଷଧ ବିନା ପ୍ରାଣ ଚାଲିଯାଏ

ଶିକ୍ଷାରୁ ହୁଏ ବଂଚିତ

ସୁଆଦିଆ ସ୍ଵାସ୍ଥ୍ୟକର ଖାଦ୍ୟ ବିନା

ଦୁର୍ବଳ ତା’ର ସ୍ଵାସ୍ଥ୍ୟ।

 

ପିଲା ଛୁଆ ତା’ର ବଡ଼ ଅସହାୟ

କଟାନ୍ତି ଦୁସ୍ଥ ଜୀବନ

ଭବିଷ୍ୟତ ହୁଏ ଅନ୍ଧକାର ମୟ

ଦୁର୍ଦ୍ଦିନ ଖାଲି ଦୁର୍ଦ୍ଦିନ।

 

ମରି ସରି ସେଯେ କ୍ଷେତେ ଲାଗି ଥାଏ,ସେହି ଯେ ତା,ର ଆନନ୍ଦ

ତାହା ପରି କିଏ ହେବ ଏ ଜଗତେ

ସେ ଆମ ଦ୍ଵିତୀୟା ଚାନ୍ଦ।

 

ବିଦ୍ୟାଧର ପ୍ରଧାନ

ମାଲୁଦ, କୃଷ୍ଣପ୍ରସାଦ, ପୁରୀ

 

Copyright © Sahitya Jibana | Newsphere by AF themes.