Sahitya Jibana

Portal on odia literature

ସୁନାବେଶ – ଅନୁସୟା ରାଉତ

1 min read

ଆଜିପରା ସୁନାବେଶ ଲୋ ସଜନୀ
ଆଜିପରା ସୁନାବେଶ l
ଆଷାଢ଼ ଶୁକଳ ଏକାଦଶୀ ତିଥି
ସୁନାରେ ଶ୍ରୀଜୀଉ ବେଶ ll
ଭରଣ ଭରଣ ସ୍ଵର୍ଣରେ ସଜ୍ଜିତ
ହୋଇଛନ୍ତି ଆଜି ଦେବ l
ସର୍ଣ୍ଣ ହସ୍ତ ସ୍ଵର୍ଣ ଗୋଡ଼ ଲଗାଇଣ
ପୂର୍ଣ୍ଣାଙ୍ଗ ଆଜି ମାଧବ ll
ମସ୍ତକେ ସୁବର୍ଣ୍ଣ କିରୀଟି ଶୋଭିତ
ସୂର୍ଯ୍ୟ ଚନ୍ଦ୍ର ଚକ୍ଷୁ ଦ୍ବୟ l
ଗଳାରେ ଲମ୍ବାଇ ଘାଗଡା ମlଳlଦି
ଦିଶନ୍ତି ଲୋ ରୁପମୟ ll
ସେ ରୂପ ଦେଖିଲେ ଆଖି ଲାଖିଯିବ
ଆତ୍ମା ହେବ ପରିତୋଷ l
କେତେ ପlପୁ ହେବୁ ମୁକ୍ତ ଲୋ ସଜନୀ
ଲଭିବୁ ସ୍ବର୍ଗରେ ବାସ ll
ଯୋନି ଜନ୍ମରୁ ତୁ ପାଇବୁ ମୁକତି
ରଥେ ସ୍ଵର୍ଣ ଆଭୂଷଣ l
ରଥlରୁଢ ପ୍ରଭୁ ବାମନର ରୂପ
ଦର୍ଶନେ ମିଳଇ ପୂର୍ଣ୍ୟ ll
ବଡ ତରଉଙ୍କ ଅନୁରୋଧ କ୍ରମେ
ରାଜା କପିଳେନ୍ଦ୍ର ଦେବ l
ମାଢ଼ ମାଢ଼ ସ୍ଵର୍ଣ ଆଣି ସଜାଇଲେ
ପୁର୍ଣ୍ଣାଙ୍ଗ କଲେ ଶ୍ରୀଦେବ ll
ଲକ୍ଷ୍ମୀ ମାତା ଆଜି ଖୋଲି ଦେଇଛନ୍ତି
ଭଣ୍ଡାର ଘରର ଚାବି l
ବଡ ତରଉର ବେଶ ଲୀଳାମୟ
ଠାକୁର ସେ ଅନୁଭବି ll

ଅନୁସୟା ରାଉତ

ବଇଁଚୁଆ, ବାଲିଅନ୍ତା, ଖୋର୍ଦ୍ଧା l

Leave a Reply