Sahitya Jibana

Portal on odia literature

ଅପରାଜିତା – ଜାନକୀ ମହାନ୍ତ

1 min read

ଅପରାଜିତାର ଘନନୀଳ ଲାଜୁଆ ଓଢ଼ଣୀ ତଳେ ସାଥି

ନୟନ ଯୁଗଳ ଅଶ୍ରୁ ଢଳ ଢଳ ବହାଉଛି ଦିନ ରାତି ।।

 

ସୌମ୍ୟା ଶାନ୍ତି କାନ୍ତି ରୂପସୀ ଚେହେରା ଯାଇଛି ମଉଳି ଅତି

ସପନ ହଜିଛି ନିଦ ବି ହଜିଛି ଜହ୍ନ ବିନା ଅମା ରାତି,

ହୃଦୟରେ ଜାଗେ ବିରହ ବେଦନା ଅକୁହା ପ୍ରୀତିର ବାସ୍ନା

ଆଖି ଲୁହ ଓଠ ପିଇ ଯାଏ ସାଥି ମନ ହୁଏ ଆନମନା ।।

 

ଶୟନେ ସପନେ ଅବା ଜାଗରଣେ ମନେ ପଡ଼ ତୁମେ ସାଥି

ହୃଦୟ ପିଞ୍ଜରା ଦ୍ୱାର ଖୋଲି ଜଗିଥାଏ ତୁମ ପାଇଁ ନିତି,

ମନ ପାରା ମୋର ଉଡ଼ି ଉଡ଼ି ଯାଏ ଖୋଜେ ତୁମରି ଠିକଣା

ତୁମେମୋ ନିଃଶ୍ୱାସ ତୁମେମୋ ବିଶ୍ୱାସ ଆଜି ଖାଲି ମୋ ଅଗଣା।

 

ଆଖି ଲୁହ ଓଠ ପିଇ ଯାଏ ପ୍ରିୟ ନିରବ ନିଃଶବ୍ଦ କୋହେ

ଆତ୍ମା ଗାଉଛି ମୋ ମଧୁର ରାଗିଣୀ ତୁମ ମଧୁପ୍ରୀତି ମୋହେ,

ହୃଦୟ ଓ ମନ ସମର୍ପି ଦେଇଛି ସଉଦା ମୁଁ କରିନାହିଁ

ଅପରାଜିତା ମୁଁ ବୀରା’ର ଜାତକେ ପଛଘୁଞ୍ଚା ଲେଖା ନାଇଁ।।

 

ଅୟୁତ ଜନ୍ମର ଅନନ୍ୟ ନାୟକ କଳ୍ପ ବାଞ୍ଛାନିଧି ମୋର

ଶତସିଂହ ବଳ ନେଇ ଆସ ପ୍ରିୟ ମିଳନ ହେବ ସତ୍ୱର ।।

 

ଜାନକୀ ମହାନ୍ତ

ବେଙ୍ଗାଲୁରୁ,କର୍ଣ୍ଣାଟକ

ଘର:ଲହୁଣୀପଡ଼ା,ସୁନ୍ଦରଗଡ଼

ଜନ୍ମସ୍ଥାନ: ପାଳଲହଡା,ଅନଗୁଳ

Leave a Reply