Sahitya Jibana

Portal on odia literature

ପଡୋଶୀ ଘର ଝିଅ- ପରମା ନାଏକ

1 min read

 

ସନ୍ଧ୍ୟା ପ୍ରାୟ ସାଢ଼େ ଛ
ସଂଘରୋଧର ବିରାମ ନେଇ
ଘର ସାମ୍ମାନର ରାସ୍ତା କୋଡ଼ରେ
ଥିବା ବେଞ୍ଚ୍ ପାଖ ଦେଇ
ଦୁଇ ଫେରା ବୁଲୁଥିଲି ମିଠା ମିଠା ହସରେ
କୋଉ ଗୋଟେ ଅଭିଳାଷର ।।

ଠିକ୍ ଏତିକି ବେଳେ
ଦ୍ୱାରବନ୍ଧରେ ଲାଗିଥିବା ପରଦା ଟେକି
ମୋ ପୋଡ଼ଷୀ ଘର ଝିଅ
ମୁହଁ ଲୁଚାଇଲା ପରି
ଜହ୍ନଟା ମୁହଁ ଲୁଚାଇଲା
କଳା ବାଦଳର ଛାତିରେ
କିଛି ପଚାରିବା ପୁର୍ବରୁ
ଅନ୍ଧାରଟା କାହୁଂ ମାଡ଼ି ଆସିଲା ।

ଧେତ୍ ତେରିକେ!
ବିଦ୍ୟୁତ ବି ଚାଲିଗଲା
ଏବେ ସହରଟା ଚୁପ୍ ଓ
ଖାଁ ଖାଁ ଅନ୍ଧାର।।

ଜଗିଥିଲି ସେ ପରୀ ସାଜି ଜହ୍ନ
କାଳବୈଶାଖିର ତାଣ୍ଡବ ପରେ
ନିର୍ମଳ ଆକାଶେ ଦିିଶବ
ବୋଧହୁଏ !
ସେ ଧଳା ମେଘର ଖୋଜ୍ ନପାଇ
କଳାହାଣ୍ଡିଆ ମେଘର ବାହୁରେ
ସମର୍ପି ଦେଲା ତା’ର ଚାରିଦିନର ଜୀବନ।।

ରାତି ଅନେକ ହେବାକୁ ଲାଗିଲା
ରାସ୍ତା କୋଡ଼ରେ ଭିଡ଼ କମିଲା
ମୁଁ ମଧ୍ୟ ଘରବାହୁଡା
ଠିକ୍ ଏତିକି ବେଳକୁ
କିଏ ଜଣେ ଅଟୋରିକ୍ସାରୁ ଉତ୍ତାରିଲା
ତା ନାଲି ରଂଗର ଡ୍ରେସ୍ ଟି
ମୋ ପୋଡ଼ଶୀ ଘର ଝିଅର ପରି
ଜଳ ଜଳ ଦିସୁଥିଲା।।

ପରମା ନାଏକ

କଳାହାଣ୍ଡି

ମୋ: 7008548391

Copyright © Sahitya Jibana | Newsphere by AF themes.