Sahitya Jibana

Portal on odia literature

ନୀଳମାଧଵ – ଅନୁସୟା ରାଉତ

1 min read

ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଠାରେ
ବିରାଜ ନୀଳମାଧଵ l
ମହାନଦୀ କୂଳ ଦକ୍ଷିଣ ପାର୍ଶ୍ୱରେ
ଏହି ମନ୍ଦିର ସ୍ଥାପିତ ll
ଯମଜ ପାହାଡ଼ ବ୍ରାହ୍ମଦି ପଦ୍ମାଦି
ମଧ୍ୟ୍ୟରେ ବିରାଜମlନ l
ପାଦ କମଳରୁ ସୃଷ୍ଟି ଚିରସ୍ରୋତା
ନିର୍ଝର ପ୍ରବହମାନ ll
ଯାଯାବର ଶବର ସେ ବିଶ୍ୱାବସୁ
ପାଇଲେ ସ୍ବପ୍ନ ଆଦେଶ l
ପୂର୍ବକୁ ମୁଁହାଇ ଚାଲ ବିଶ୍ୱାବସୁ
ଅପେକ୍ଷା କରି ସନ୍ଦେଶ ll
ପ୍ରଭାତୁ ଡକାଇ ସମସ୍ତ ଶବର
ଜଣାଇଲେ ବିଶ୍ୱାବସୁ l
ଆମେ ଯାଯାବର ଜାତିରେ ଶବର
ଜୀବିକା ଶିକାର ପଶୁ ll
ଦଳର ମୁଖିଆ କଥା ମାନି ସର୍ବେ
ଅଗ୍ରସର ହେଲେ ପଥ l
ଘଞ୍ଚ ଜଙ୍ଗଲ ପରି ବେଷ୍ଟିତ ସ୍ଥାନ
ରମ୍ୟ ପାହାଡ଼ର ପାଦ ll
ସାୟହ୍ନେ ପହଂଚି ଦେଖିଣ ସୌନ୍ଦର୍ଯ୍ୟ
ଆଶ୍ଚର୍ଯ୍ୟ ଶବର କୂଳ l
କେବେ ଦେଖି ନାଁହୁ ଏହିପରି ସ୍ଥାନ
ଗିରି, ବନ, ନଦୀଜଳ ll
ପୁନଶ୍ଚ ନିଶାର୍ଧେ ସ୍ୱପ୍ନା୍ଦେଶ ହେଲା
ଯାଯାବର ହେଲା ଶେଷ l
ଚାଷବାସ କରି ବସତି ନିର୍ମାଣ
ସ୍ଥାୟୀ କର ବସବାସ ll
ଶବରପଲ୍ଲୀର ରlଜl ବିଶ୍ୱାବସୁ
ରାଣୀମାତା ପଦ୍ମାବତୀ l
ପ୍ରଭୁଙ୍କ କୃପାରୁ ଜନମ ଲଭିଲେ
ଲଳିତା ନାମ୍ମୀ ଦୁହିତି ll
ଗିରି ପଥରରେ ବସି ଘଣ୍ଟା ଘଣ୍ଟା
ବିଶ୍ୱାବସୁ ନିରୀକ୍ଷଣ l
ପ୍ରାକୃତିକ ଶୋଭା ମନୋହର ଥିଲା
କରୁଥିଲା ଆକର୍ଷଣ ll
ଶବର ରାଜନ ଜଙ୍ଗଲ ଭ୍ରମଣେ
ବାହାରିଲେ ଏକଦିନେ l
ପଦ୍ମାବତୀ ଠାରୁ ମେଲାଣି ଘେନିଣ
ଗଲେ ନିଘଞ୍ଚ କାନନେ ll
ହରିଣ ଛୁଆଟି ଚାରୁଥିଲା ଘାସ
ଦେଖି ମନେ ହେଲା ଲୋଭ l
ଧରିବା ପାଇଁକି ହୁଅନ୍ତେ ଉଦ୍ୟତେ
ମାୟା ହୋଇଲା ମିରିଗ ll
ବାରମ୍ବାର ଦେଖା ଦେଇଣ ହରିଣ
ହେଉଥିଲା ଅନ୍ତର୍ଧ୍ୟାନ l
ପଛେ ପଛେ ଧାଇଁ ସୂର୍ଯ୍ୟାସ୍ତ ହୋଇଲା
ମିଳିଲେ ଘଞ୍ଚ ଅରଣ୍ୟ ll
କ୍ଲାନ୍ତ ବିଶ୍ୱାବସୁ ବଟବୃକ୍ଷ ମୂଳେ
ବିଶ୍ରାମନ୍ତି ତତକ୍ଷଣ l
ବସୁ ବସୁ ସିଏ ନିଦ୍ରିତ ହୁଅନ୍ତି
ଶୂନ୍ୟବାଣୀ ହୁଏ ପୁନଃ ll
ନିକଟ ଗୁମ୍ଫାରେ ବିଦ୍ୟମାନ ମୁଁ ଯେ
ତୁରନ୍ତ କର ଦର୍ଶନ l
ସବୁ ଦିନ ତୁମେ ଅର୍ଚ୍ଚନା କରିବ
ଜାଣିବେନି ଆନ ଜନ ll
ପ୍ରଭାତୁ ଶବର ବିଶ୍ୱାବସୁ ଯାଇ
ମିଳିଲେ ଗୁମ୍ଫା ମଧ୍ୟରେ l
ଅପରୂପ କାନ୍ତି ଚର୍ତୁଦ୍ଧl ମୂରତୀ
ନାରାୟଣ ଉଭା ତାରେ ll
ନୀଳଗିରି ନାମାନୁସାରେ ନାମିତ
ହୋଇଲେ ନୀଳମାଧଵ l
କିଛି ଦିନ ଅନ୍ତେ ସ୍ୱପ୍ନା୍ଦେଶ ହୁଏ
ରାଜା ଇନ୍ଦ୍ରଦ୍ୟୁମ୍ନ ଦେବ ll
ନୀଳଗିରି ପାହାଡ଼ର ଗୁମ୍ପା ମଧ୍ୟେ
ମୁଁହି ରହିଛି ରାଜନ l
ମନ୍ଦିର ନିର୍ମାଣି ମୋହର ବିଗ୍ରହ
ତୁରନ୍ତ କର ସ୍ଥାପନ ll

ଅନୁସୟା ରାଉତ

ବଇଁଚୁଆ, ବାଲିଅନ୍ତା, ଖୋର୍ଦ୍ଧା 

Leave a Reply