Sahitya Jibana

Portal on odia literature

ଝିଅ – ଶ୍ରଦ୍ଧାମୟୀ ନାଏକ

1 min read

କେତେ ପ୍ରଶ୍ନ ,କେତେ ଆଶା,
ମନେ ଆଲୋଡ଼ନ ଓ ଉନ୍ମାଦନା ର ଭାଷା ।
ଝିଅ ଲୋ!!!!
ତୁ ପରା ଜନନୀ , ଅଟୁ ଗର୍ଭ ଧାରିଣୀ ,
ସନ୍ତାନ ସୁଖ ରେ ନିଜେ ସୁଖୀ ହେଉ
ନାଁ ତୋର ଅଟେ ମାଁ…..

ସବୁଦିନ ଆଉ ସବୁ ରାତି ,
ହୃଦୟେ ସାଇତି ଅସୁମାରୀ ପ୍ରୀତି…
କରିଥାଉ କେତେ ଅପେକ୍ଷା..
ଝିଅ ଲୋ!!!!!!
ତୁ ପରା ପୁଣି ଜାୟା,
ସ୍ବାମୀ ପାଇଁ ତୁହି ସର୍ବଂସ୍ବାହା ସାଜୁ
ଦେଇ ନିଜେ ଅଗ୍ନି ପରୀକ୍ଷା
ତୋତେ କି ବୋଲି ଦେବି ମୁଁ ଆଖ୍ୟା….

ଆଦର ,ସେନେହ ଅନ୍ତରେ ସଜାଡ଼ି
ବେଶ ଧରି ଅଭିମାନିନୀ
ଝିଅ ଲୋ!!!!
ତୁ ପରା ସେଇ ଭଗିନୀ ,
ଭାଇ ପାଇଁ ଯିଏ ସବୁ ସହି ଯାଏ
ସୁଖେ ଦୁଃଖେ ହୋଇ ଭାଗୀନି।

ଏ କୁଳେ ଜନମ ,ସେ କୁଳେ ମରଣ
ଦୁଇ କୁଳ ହିତା ଦୁହିତା..
ଝିଅ ଲୋ!!!!
ତୁ ପରା ସେ ନାରୀ
ତୋ ପାଇଁ ଆରମ୍ଭ ତୋ ପାଇଁ ଶେଷ
ତୁ ମମତା ର ଅଧିକାରୀ…..

ଶ୍ରଦ୍ଧାମୟୀ ନାଏକ , ବିଲାଇସର୍ଡା

ବଲାଙ୍ଗୀର

Leave a Reply