Sahitya Jibana

Portal on odia literature

ପୂନ୍ୟଧାମ – ବିଦ୍ୟାଧର ପ୍ରଧାନ

1 min read

ଏ ସଂସାର ଏକ ମହା ପୂଣ୍ୟଧାମ
ତୀର୍ଥଯାତ୍ରୀ ନର ନାରୀ,
ସେହି ଯେ ମହାନ ଦେଶ ହିତେ ଦାନ
କରେ ଜୀବନ ତାହାରି ।
ବାଜୀ,ଧର୍ମପଦ ନାହାଁନ୍ତି ତ ଆଜି
ରହିଅଛି ତାଙ୍କ କିର୍ତ୍ତୀ,
ଗାନ୍ଧୀ ଗୋପବନ୍ଧୁ କେହିତ ନାଁହାନ୍ତି
ଅଛି ତାଙ୍କ ଦେଶ ପ୍ରୀତି ।
ଶିବାଜୀ ସୁଭାଷ ଉଦାମ ନାହାଁନ୍ତି
ରହିଅଛି ପୌରୁଷ
ଅଟଳ,ପଟେଲ,ମଧୂ ତ ନାହାଁନ୍ତି
ରହିଅଛି ଆଦରଶ ।
ନାହାଁନ୍ତି ଚୈତନ୍ୟ କବିର ନାନକ
ଯୀଶୁ , ମହମ୍ମଦ, ବୁଦ୍ଧ ।
ନାହାଁନ୍ତି ସ୍ବାମୀଜୀ, ଲକ୍ଷ୍ମୀ, ମୀରାବାଇ
ଆଜି ଅଛି ତାଙ୍କ କିର୍ତ୍ତୀସୌଧ ।
ନାହାଁନ୍ତି ବାଲ୍ମୀକି,ବ୍ୟସ,କାଳି ଦାସ
ଶାରଳା,ଭଞ୍ଜ,ବଳଦେବ ରଥ,
ନାହାଁନ୍ତି ରବିନ୍ଦ୍ର, ଗଙ୍ଗା, ମାୟାଧର
ବ୍ୟାସକବି, ରାଧାନାଥ ।
ସାଧନାର ପଥ ସଦା କୋରକିତ
ପବନେ ଖେଳାଇ ବାସ,
ଚଉଦିଗେ ରଶ୍ମି ଉଜ୍ଜ୍ବଳ ଆଲୋକେ
ଚାରୁ ସ୍ନିଗ୍ଧ ମନ୍ଦ ହାସ ।
ପରହିତେ ପ୍ରାଣ ଉତ୍ସର୍ଗୀ ପୂରୁବେ
କେତେ କେତେ ମହାଜନ,
ଲଭିଛନ୍ତି ତ୍ୟାଗେ ପରାଣ ପୂର୍ଣ୍ଣତା
ନୁହଁନ୍ତି କାଳ ଅଧିନ ।
ସର୍ବେ ସେହି ପରି କର୍ମ କରିଯାଅ
ତାଙ୍କ ପଥ ଅନୁସରି,
କାଳଯୟୀ ହେବ ଅମର ହୋଇବ।
ଜନେ ଘୋଷିବେ ଯଶ ତୁମରି ।

ବିଦ୍ୟାଧର ପ୍ରଧାନ
ମାଲୁଦ, ପୁରୀ

Leave a Reply