Sahitya Jibana

Portal on odia literature

ରଥ ଦେଖିବାକୁ ଇଛା ଜଣେ ଦୁଖୀ ର – ଶକୁନ୍ତଳା ମହାପାତ୍ର

1 min read

ରଥ ଦେଖି ବାକୁ
ଇଛା ହେଲା ବୋଲି
ମନେ ପଡିଗଲ ତୁମ୍ଭେ,
କୋଉ ପୁଣ୍ୟ ବଳେ
ଏ ଜନ୍ମ ଦେଇଛ
ବୁଝି ପାରୁ ନାହିଁ ଆମ୍ଭେ |

କାଲ କରି ମୋତେ
ଭଲ କି କରିଛ
ଶୁଭୁ ନାହିଁ
ଘର୍ର୍ର ଘର୍ର୍ର ସ୍ୱର,
ମୂକ କରି ମୋତେ
କି ଲାଭ ପାଇଲ
ଗାଉ ନାହିଁ ପଞ୍ଚାକ୍ଷର |

ଅନ୍ଧ କରି ମୋତେ
ଶାନ୍ତିରେ ବସିଛ
ଦେଖୁନାହିଁ ତୁମ ମୁଁହ,
ଅଭଙ୍ଗ ଶରୀର
କାହିଁକି ଦେଇଛ
ତୁମେ ପରା ଗଢା ଦିଅଁ |

ତଥାପି ତୁଟିନି
ମନରେ ବିଶ୍ୱାସ
ହୃଦକନ୍ଦେ ଦେଖାଦିଅ,
ବୁଝି କି ପାରୁନା
ଦୁଃଖ ପା ସମାନ
ନର ରୂପ ପରା ନିଅ |

ଶକୁନ୍ତଳା ମହାପାତ୍ର
ଖଣ୍ଡପଡ଼ା,ବଜ଼ାରସାହି
ନୟାଗଡ

Leave a Reply