Sahitya Jibana

Portal on odia literature

ରଜପର୍ବ – ମନୋଜ କୁମାର ପଟ୍ଟନାୟକ

1 min read

ପ୍ରତିବର୍ଷ ପରି ଏହି ବର୍ଷ
ଆସିଚି ଆସିଚି ରଜ
ଝିଅ ବୋହୂ ମନେ ଦୋଳି ଖେଳିବାକୁ
ହେଉଛନ୍ତି ଆଜି ସଜ

ପହିଲି ରଜରେ ରଜର ଖେଳ
ସମସ୍ତେ ମିଶିକି ହୁଅନ୍ତି ମେଳ
ନାନା ଗୀତ ଗାଇ ଖେଳ ଖେଳନ୍ତି
ସଜ ହୋଇ ସର୍ବେ ମତି ବୁଲନ୍ତି

ପ୍ରତି ଘରେ ପିଠା ପଣାର ମଜା
ପିଲାଏ ଖେଳନ୍ତି ବାଇଦ ବଜା
ନାନା ବାୟାଗୀତ ମା ଶୁଣାଏ
କ୍ଷୀରି ପିଠା କରି ବଢ଼ାଇ ଦିଏ

ମୋ ମାଆ ଘରର ଓଡ଼ିଆ ବୋହୂ
ସନ୍ଧ୍ୟା ବେଳେ ଝିଅ ଫୁଲେଇ ହଉ

ମନୋଜ କୁମାର ପଟ୍ଟନାୟକ
ଗଞ୍ଜାମ

Leave a Reply