Sahitya Jibana

Portal on odia literature

ଏଥର ରଜ ପର୍ବ – ଜାହ୍ନବୀ ତ୍ରିପାଠୀ

1 min read

ବର୍ଷକର ଅପେକ୍ଷା ସମାପନ କରି
ଆସିଅଛି ରଜପର୍ବ,
ବର୍ଷ କଟିଗଲା କରୋନା ଡରରେ
ମନେ ନାହିଁ ଯେ ସରାଗ।
ରଜପାଇଁ କିଛି କିଣି ପାରିଲେନି
ଲକ୍ ଡାଉନ୍ ପଡିଚି ଦେଶରେ,
କରୋନା ରାକ୍ଷାସ ବିତ୍ପାତ କରୁଚି
ମରିଯାଏ ଆମ ଆଶାରେ।
ଘରେ ବସି ଖାଇଲେ ନଈବାଲି ସରେ
ରଜେ ନୂଆ ପିନ୍ଧିବେ ବା କେମିତି,
ଦେଶ ଚାଲୁଅଛି ସଙ୍କଟର ପଥେ
ସ୍ୱପ୍ନ ସ୍ୱପ୍ନରେ ରହିଯାଇଚି।
ଘରେ ରହିରହି ହାତ ଧୋଇଧୋଇ
ମେହେନ୍ଦି ତ ଧୋଇଗଲାଣି,
ନୂଆ ପୋଷାକକୁ ପଚାରୁଚି କିଏ
ମାସ୍କ,ସାନିଟାଇଜର ଲୋଡାହେଲାଣି।
ଏକାଠି ହେବେନି ଅଧିକ ମଣିଷ
ଦୋଳି ଖେଳିବୁ ବା କେମିତି,
ବାୟୁମଣ୍ଡଳରେ ଭୁତାଣୁ ବୁଲୁଚି
ଯାହା ଘରେ ଯିଏ ରହିବୁ।
ଏଥର ରଜଟା ପିଠା ଖାଇ ଘରେ
ଲୁଡୁପାଲି ଧରି ଖେଳିବା
ଟିଭି ଦେଖି ଆମେ ମନ ବୁଝେଇବା
ରଜ ସମାଜ ଦୂରତା ପାଳିବ।

ଜାହ୍ନବୀ ତ୍ରିପାଠୀ, ଷଠିଲୋ,ଖୋର୍ଦ୍ଧା

Leave a Reply