Sahitya Jibana

Portal on odia literature

ରଜପର୍ବ – ଶେଖ ମୋଜାହିଦ ମହତାବ

1 min read

ଆଷାଢ଼ର ପହିଲିରେ
ଆସିଛି ପରବ ରଜ
ମୌସୁମୀ ପବନ ବହିଯାଉଛି
ଦେଖି କୁଆଁରିଙ୍କ ସଜବାଜ।
ଅଧରେ ଖଇର ପାନର ହସ
କେଡେ ସୁନ୍ଦରପାଦରେ ଅଳତାର ବେଶ।
ସୁଗନ୍ଧ ରେ ମହକୁଛି ଘର ଅଗଣା
ପଲମ ରେ ପୋଡା ପିଠା
ଅତିଥି ଦେବତା ସାଙ୍ଗେ ଆଣିଛନ୍ତି
କେତେରକମର ମିଠା।
ଦୋଳି ଖେଳପାଇଁ
ମନ ହୁଏ ତର ତର
ପୁଣି ମନେ ପଡେ ଘରୁ ବାହାରିଲେ
କରୋନାର ହେବ ଜୟ।

ଶେଖ ମୋଜାହିଦ ମହତାବ
ଯାଜପୁର ଟାଉନ

Leave a Reply