Sahitya Jibana

Portal on odia literature

ରଜପର୍ବ – ଗଙ୍ଗୋତ୍ରୀ ପ୍ରିୟଦର୍ଶିନୀ

1 min read

ରଜ ଦୋଳି କଟକଟ

କରୋନା କୁ ଡରି ଘରେ ଅଟକ

ବଉଳ ଲୋ

ବାହାରକୁ ଗଲେ ଲାଗେ ଦକ

ବଉଳ ଲୋ ।।

 

ଉତ୍କଳର ଗଣପର୍ବ

ସଂସ୍କୃତି ପାଳନେ ଓଡ଼ିଆ ଗର୍ବ

ବଉଳ ଲୋ

ମହାମାରୀ ସବୁ କଲା ଖର୍ବ

ବଉଳ ଲୋ ।।

 

ଆମ ବେଳର ରଜ ପରବ

ଆଉ ଆଗ ଭଳି ନାହିଁ ସରାଗ

ବଉଳ ଲୋ

ରଜ ତିନିଦିନ ଭାଗ୍ୟେ ଭୋଗ

ବଉଳ ଲୋ ।।

 

ବୋଉ ଖୁଡ଼ୀ ପିଉସି ମାଉସୀ

ରଜ ପାଳୁଥିଲେ ସଭିଏଁ ମିଶି

ବଉଳ ଲୋ

ସର୍ବେ ବାଣ୍ଟିଥିଲେ ହସଖୁସି

ବଉଳ ଲୋ ।।

 

ପୋଡ଼ପିଠା ଚକୁଳି କାକରା

କ୍ଷୀରି ପୁରି ସଙ୍ଗେ ପାନ ପସରା

ବଉଳ ଲୋ

ଦୋଳି ପାଖରେ  ଝିଅ ଯାତରା

ବଉଳ ଲୋ ।।

 

ପିନ୍ଧି ନୂତନ ପୋଷାକ

ପର୍ବ ପର୍ବାଣୀର ଏ ବଡ଼ ସୁଖ

ବଉଳ ଲୋ

କେତେ ରଙ୍ଗର ପ୍ରସାଧନ ସୁଖ

ବଉଳ ଲୋ ।।

 

ଧରଣୀ ରାଣୀ ହୁଏ ରଜୋବତି

ନାରୀ ସମ୍ଭାବନାର ମହା ଶକତି

ବଉଳ ଲୋ

ନାରୀ କରିଥାଏ ସବୁ ଇଛାପୂର୍ତ୍ତୀ

ବଉଳ ଲୋ ।।

 

ରଜ ପର୍ବର ଅଭିନନ୍ଦନ

ଓଡ଼ିଶା ବାସୀଙ୍କୁ ଜଣାଏ ଜାଣ

ବଉଳ ଲୋ

ଦୁଃଖ ଶୋକ ସମୟ ପରିବର୍ତ୍ତନ

ବଉଳ ଲୋ ।।

 

ଗଙ୍ଗୋତ୍ରୀ ପ୍ରିୟଦର୍ଶିନୀ

ଉମରକୋଟ,ନବରଙ୍ଗପୁର

ଓଡ଼ିଶା

Leave a Reply